www.samajalive.in
Sunday, December 14, 2025
17.1 C
Bhubaneswar

ନାଲି ଦାଗ ଦେଇ ପୂର୍ତ୍ତ ବିଭାଗ ଛୁ; ରାସ୍ତା ନିର୍ମାଣରେ ବାଧକ ସାଜିଛନ୍ତି ଜବରଦଖଲକାରୀ

କଳାପଥର(ବାଙ୍କୀ): ବାଙ୍କୀଠାରୁ ବୈଦ୍ୟେଶ୍ୱର ଦେଇ କଳାପଥର ପର୍ଯ୍ୟନ୍ତ ଦୀର୍ଘ ୨୭ କିମି ରାସ୍ତାର ପ୍ରସସ୍ଥି କରଣ କରିବାକୁ ଅର୍ଥ ମଞ୍ଜୁର କରାଯାଇଛି। ଦୀର୍ଘ ୨ ବର୍ଷ ହେଲାଣି ଏହାର ଟେଣ୍ଡର ସରି ଠିକାଦାର କାମ ଆରମ୍ଭ କରୁଥିବା ବେଳେ ଅନେକ ସ୍ଥାନରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବରେ ଠିଆ ହୋଇଛି । ବାଙ୍କୀଠାରୁ ବୈଦ୍ୟେଶ୍ୱର ପର୍ଯ୍ୟନ୍ତ ୧୯ କିମି ରାସ୍ତାକୁ ଠିକାଦାର ଶେଷ କରିଦେଇଥିବା ବେଳେ ବୈଦ୍ୟେଶ୍ୱରଠାରୁ କଳାପଥର ୭ କିମି ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ୨ ବର୍ଷ ଲାଗିଗଲା। ଏବେ ଅନେକ ସ୍ଥାନରେ ରାସ୍ତାଟି ପୂର୍ବପରି ଖାଲଖମା ହୋଇ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ତ୍ତ ବିଭାଗର ଏହି ୨୭ କିମି ଦୂରତା ବିଶିଷ୍ଟ ରାସ୍ତାକୁ ପ୍ରଶସ୍ତିକରଣ କରିବାକୁ ଅର୍ଥ ମଞ୍ଜୁର କରାଯାଇଛି। ସୁବିଧାରେ କିପରି ଭାରିଯାନ ଗୁଡ଼ିକ ଯିବା ଆସିବା କରିବା ସହିତ ଦୁଇ ଚକିଆ, ସାଇକେଲ, ପଥଚାରୀମାନେ ଯାତାୟତ କରି ପାରିବେ ଏହା ହିଁ ମୂଳ ଲକ୍ଷ୍ୟ। ଏଥିପାଇଁ ବହୁ ପୂର୍ବରୁ ରାସ୍ତାର ଦୁଇ କଡ଼ରୁ ଜବର ଦଖଲ ଉଚ୍ଛେଦ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ବାଙ୍କୀ ତହସିଲକୁ ସରକାରୀ ଭାବରେ ପତ୍ର ଦିଆଯାଇଛି। ଇତି ମଧ୍ୟରେ ରାସ୍ତାର ଚଉଡା କେତେ ରହିବ ତାହାକୁ ସ୍ଥିର କରିଛନ୍ତି ବିଭାଗ । ଉଭୟ ଦୁଇ କଡ଼ରେ ଅନେକ ସ୍ଥାନରେ ଖୁଣ୍ଟ ପୋତା ଯାଇଥିବା ଦେଖିବାକୁ ମିଳୁଛି। କିନ୍ତୁ ଏସବୁ କେବଳ ଯେ ପ୍ରହସନ ତାହା ଲୋକମାନେ ବୁଝିଗଲେଣି। ରାସ୍ତାର ସୀମା ନିର୍ଦ୍ଧାରଣ ସତ୍ତ୍ବେ ଜବର ଦଖଲ ଉଚ୍ଛେଦ ହୋଇନାହିଁ । କେବଳ ଖୁଣ୍ଟ ପୋତି ଦେଇ ପୂର୍ତ୍ତ ବିଭାଗ ତାର କର୍ତ୍ତବ୍ୟ ସାରି ଦେଇଛି । ଏଣୁ ଏହାକୁ ନେଇ ଠିକାଦାରୀ ସଂସ୍ଥା ହରଡ଼ଘଣାରେ ପଡ଼ିଛି । ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରୁ ଜବର ଦଖଲ ଉଚ୍ଛେଦ ହୋଇନାହିଁ। ବାଙ୍କୀ ବୈଦ୍ୟେଶ୍ୱର ରାସ୍ତାର ରାଜୀବ, ସାତଖଣ୍ଡ, ଅନୁଆରୀ ଆଦି ଅନେକ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକମାନେ। ମହାନଦୀ ବନ୍ଦ କଡ଼ରେ ଘର, ପାଇଖାନା ଟାଙ୍କି, ଗୋରୁ ଗୁହାଳ କରିଥିବା ବେଳେ କେତେକ ସ୍ଥାନରେ ଖତଗାଡ ହୋଇଛି ।

ସେହିପରି କଳାପଥରଠାରୁ ବୈଦ୍ୟେଶ୍ୱର ରାସ୍ତାର ଅବସ୍ଥା ମଧ୍ୟ ସମାନ ଅବସ୍ଥା। ଦମକଳ କେନ୍ଦ୍ରଠାରୁ ସ୍ଥାନୀୟ ଗୋଲେଇ ଛକ ପର୍ଯ୍ୟନ୍ତ ବହୁ ସରକାରୀ ଜାଗାରେ ଘର, ପରିବା ଦୋକାନ, ଦୋକାନ ଘର ତିଆରି ହୋଇଛି । ବାଙ୍କୀ ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ଉଚ୍ଛେଦ କରିବାକୁ ଚିହ୍ନଟ ହୋଇଛି । ହେଲେ ଏହି ପ୍ରକ୍ରିୟା କରିବ କିଏ ? ଏଥିପାଇଁ କେହି ସହଯୋଗ କରିବାକୁ ନାରାଜ । ଠିକାଦାରଙ୍କୁ କେବଳ ଚିହ୍ନଟ କରିଦେଇ ବିଭାଗ ଛୁ ମାରିଛି । ଏଣେ କିପରି ରାସ୍ତା ପ୍ରଶସ୍ତି କରଣ କରାଯିବ ସେଥିପ୍ରତି କାହାରି ନଜର ନାହିଁ । ଏପଟେ ଜବର ଦଖଲକାରିମାନେ ବିଭିନ୍ନ ସମୟରେ ରାଜନୈତିକ ଚାପ ପକାଇ ଉଚ୍ଛେଦ ବନ୍ଦ କରିବାରେ ସଫଳ ହେଉଛନ୍ତି। ଠିକାଦାରୀ ସଂସ୍ଥା ଏସବୁ ଗୋଲକ ଧନ୍ଦାରେ ନପଡ଼ି ରାସ୍ତାର ପ୍ରଶସ୍ତିକରଣ କରଣକୁ ଭୁଲିଯାଇ ପୂର୍ବଭଳି ଅଙ୍କାବଙ୍କା ରାସ୍ତା ଉପରେ ପିଚୁ କରୁଛି । ଯେଉଁଠି ଯେତିକି ଜାଗା ରହିଛି ସେହି ଅନୁସାରେ କାମ କରିଦେଇ ଚାଲିଯିବାକୁ ବସିଥିବାରୁ କୋଟି କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ବାଙ୍କୀ-ବୈଦ୍ୟେଶ୍ୱର ରାସ୍ତାର ସୁନ୍ଦର ପରିକଳ୍ପନା ଏକ ପ୍ରକାରର ଧୂଳିସାତ୍ ହୋଇଯାଇଛି । ବାଙ୍କୀ ତହସିଲ ସୁପରଭାଇଜର, ବୈଦ୍ୟେଶ୍ୱର ରାଜସ୍ବ ନିରୀକ୍ଷକ ମୋଟା ଅଙ୍କର ଅର୍ଥ ପାଇବା ଫଳରେ ଏସବୁ ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories