www.samajalive.in
Saturday, December 6, 2025
16.1 C
Bhubaneswar

ଧନତେରସରେ କିଣିବେ କେତୋଟି ଝାଡୁ : ଜାଣନ୍ତୁ..

କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରସର ପର୍ବ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ଭଗବାନ ଧନ୍ୱନ୍ତରୀ ସମୁଦ୍ର ମନ୍ଥନରୁ ଏହି ଦିନ ପ୍ରକଟ ହୋଇଥିଲେ। ସେହି ଦିନ ଠାରୁ ତ୍ରୟୋଦଶୀ ତିଥିକୁ ଧନ ତ୍ରୟୋଦଶୀ ଅର୍ଥାତ ଧନତେରସ ରୂପେ ପାଳନ କରାଯାଏ। ମା’ଲକ୍ଷ୍ମୀ,କୁବେର,ଗଣେଶଙ୍କୁ ଏହି ଦିନ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଏହି ଦିନ ସୁନା,ଚାନ୍ଦି ସହ ଅନ୍ୟ କେତେକ ଜିନିଷ କିଣିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ..
ଧନତେରସର ଶୁଭଦିନରେ ଝାଡୁ କିଣିବା ଶୁଭଙ୍କର ବୋଲି କୁହାଯାଏ। ଝାଡୁକୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଝାଡୁ ଘରର ଅଳିଆ ସଫା କରିବା ଭଳି ଦରିଦ୍ରତାକୁ ମଧ୍ୟ ଦୂର କରିଥାଏ। ମାନ୍ୟତା ଅନୁଯାୟୀ ଧନତେରସ ଦିନ ଝାଡୁ କିଣି ଘରକୁ ଆଣିବା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ।

ଏହି ଦିନ ଘରକୁ ହାତ ତିଆରି ବଡ ଝାଡୁ ଆଣନ୍ତୁ। ଏହି ଝାଡୁରେ ଏକ ଧଳା ରଙ୍ଗର ସୂତା ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଧନସମ୍ପତ୍ତିର ବୃଦ୍ଧି ହୋଇଥାଏ। ଅଭାବ ଦୂର ହୋଇଥାଏ। ଧନତେରସ ଦିନ ୩,୫ କିମ୍ବା ୭ଟି ଝାଡୁ କିଣନ୍ତୁ।
ଧନତେରସରେ କିଣିଥିବା ଝାଡୁ ଦ୍ୱାରା ଦୀପାବଳୀ ଦିନ ପୂଜା ଘର ସଫା କରନ୍ତୁ। ଧନତେରସ ଦିନ ଝାଡୁକୁ ମଧ୍ୟ ହଳଦୀ,ସିନ୍ଦୂର ଲଗାଇ ଧଳା ସୂତା ବାନ୍ଧି ପରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଧନବୃଦ୍ଧି ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories