ପୁଇଁଚା ଗ୍ରାମରେ ୫ଘରୁ  ଚୋରୀ : ତାଲା ଭାଙ୍ଗି ଲୁଟିନେଲେ ନଗଦ ଟଙ୍କା ସହ ଅଳଙ୍କାର 

ପୁଲିସ ସନ୍ଧନୀ କୁକୁର ସହାୟତାରେ କରୁଛି ଛାନଭିନ 

କଳାପଥର (ବାଙ୍କୀ) : ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ପୁଇଁଚା ଗ୍ରାମରେ ଜାଗର ଯାତ୍ରା ଉପଲକ୍ଷେ ଡ୍ରାମା ହେଉଥିଲା। ପୁଇଁଚ ଗ୍ରାମର ନୂଆସାହିରେ ଲୋକମାନେ କବାଟ ତାଟି ପକାଇ ଜାଗର ଯାତ୍ରା ଡ୍ରାମା ଦେଖିବାକୁ ଯାଇଥିଲେ। ତେବେ ଏହାର ସୁଯୋଗ ନେଇ ବିଳମ୍ବିତ ରାତ୍ରିରେ ପାଞ୍ଚଟି ଘରୁ ଚୋରୀ ହୋଇଥିବା ସୂଚନା ମିଳିଛି।
ସିନ୍ଧୁକ ଓ ଆଲମିରା ତାଡି କବାଟ କାଟି ନଗଦ ଟଙ୍କା ସହ ଅଳଙ୍କାର ଚୋରୀ ହୋଇଥିବା ବୈଦ୍ୟେଶ୍ୱର  ଥାନାରେ ଅଭିଯୋଗ ହୋଇଛି। ୫ଟି ଘରୁ ଚୋରୀ ପରେ ଲୁଟେରା ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବାଙ୍କୀ ଏସଡିପିଓ ଏବଂ ବୈଦ୍ୟେଶ୍ୱର ଥାନା ଅଧିକାରୀ ସଂଜୟ କୁମାର ଜେନାଙ୍କ ସହ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ଚୋରୀ ପରେ ଫେରାର ଲୁଟେରାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥନାରେ ଚଢ଼ାଉ ଜାରି ରଖିଥିବା ସୂଚନା ଦେଇଛି।

 

Comments are closed.