କେନ୍ଦୁପଲ୍ଲୀ ଦୁଲଣା  ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟରେ ଜୁମିଲେ ଦର୍ଶକ 

କଳାପଥର (ବାଙ୍କୀ):କେନ୍ଦୁପଲ୍ଲୀ ଦୁଲଣା  ମହୋତ୍ସବ ର  ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ସାହିତ୍ୟିକ କୌଶିକ ନାୟକ  ମୁଖ୍ୟଅତିଥି ଭାବେ  ଯୋଗଦେଇ  କହିଲେ ଯେ କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା  ଅବସରରେ  ଆମର ଉଚ୍ଚପରମ୍ପରା ସମ୍ପନ୍ନ ଓ ସଂସ୍କୃତିର ପରିପ୍ରକାଶ ନିମନ୍ତେ ଏକ ଉପଯୁକ୍ତ ମାଧ୍ୟମ । ଭାଇଚାରା ଭିତ୍ତିରେ ମହୋତ୍ସବର ସମସ୍ତ କାର୍ଯ୍ୟକ୍ରମ ସରସ ସୁନ୍ଦର ଓ ଉତ୍ସବ ମୁଖର ହେବବୋଲି ସେ ପ୍ରକାଶ କରିଥିଲେ ।
ବିଶିଷ୍ଟ ଶିକ୍ଷାବିତ କହ୍ନୁ ଚରଣ ସାହୁ  ମୁଖ୍ୟବକ୍ତା ଭାବେ ଯୋଗଦେଇ  କହିଲେ ଏହି ମହୋତ୍ସବ ମାଧ୍ୟମରେ ଓଡିଶାର ଭାଷା ସହିତ ସଂସ୍କୃତିର ପରିପ୍ରକାଶ ହୋଇପାରିବ । ସାଂସ୍କୃତିକ ଚେତନାର ଦିଗବଳୟ ସୃଷ୍ଟି ହେବା ସହିତ ଐତିହ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ରତା ସଂପର୍କରେ ଲୋକଲୋଚନକୁ ଆସିପାରିବ ବୋଲି  ସେ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ସଂସ୍କୃତ ବିଷରଦ ନଗେନ ମହାପାତ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁ,ବିଦ୍ୟୁତ ବିଭାଗ ଯନ୍ତ୍ରୀ ସଦାନନ୍ଦ ସାହୁ  କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର,କେନ୍ଦୁପଲ୍ଲୀ ସେବାସମବାୟ ସମିତି ସଭାପତି ନିରଞ୍ଜନ ଗୁରୁ  ପ୍ରମୁଖ  ଯୋଗଦେଇ  ଉଦ୍ ବୋଧନ ଦେଇଥିଲେ । କେନ୍ଦୁପଲ୍ଲୀ  ଗ୍ରାମପଂଚାୟତ ସରପଂଚ ତଥା ମହୋତ୍ସବ କମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି  ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ସୋମନାଥ ଖଟୁଆ ସଂଯୋଜନା ସହ  ଅତିଥିମାନଙ୍କ ପରିଚୟ ପ୍ରଦାନକରିଥିଲେ । ସହସଂପାଦକ ବିଜୟ କୁମାର ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ ।
ଶେଷରେ ବଲାଙ୍ଗୀର ରୁ ଆସିଥବା ସମ୍ବଲପୁରୀ ନୃତ୍ୟ ଗୀତ ରେ ଝୁମିଲେ ଦର୍ଶକ. ସନ୍ଧ୍ୟା ରେ  ଗ୍ରାମର ମହିଳା  ମାନେ ଭାଗବତ ଓ ଭଜନ ସମାରୋହ,ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା କେନ୍ଦୁପଲ୍ଲୀ ଗ୍ରାମବାସୀ ଓ ମହୋତ୍ସବ କମିଟି ମିଳିତ ଆନୁକୂଲ୍ୟରେ ଆୟୋଜିତ.

Comments are closed.