www.samajalive.in
Monday, December 15, 2025
14.1 C
Bhubaneswar

କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବରଗାଁ ଛକରେ ଅଟକି ରହିଲା ଆମ୍ବୁଲେନ୍ସ, ରୋଗୀ ଓ ରୋଗୀ ପରିବାର ଅସହାୟ

ଭୁବନେଶ୍ବର: ଗତ କିଛି ଦିନ ତଳେ ଏକ ରୋଗୀଙ୍କୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା। ତେବେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର କଦଳିଚୁଆଁ ଛକ ନିକଟରେ ଆମ୍ବୁଲାନ୍ସର ଚକ ଫାଟି ଯାଇଥିଲା ଏବଂ ଏହା ଅଚଳ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ପରବର୍ତ୍ତି ସମୟରେ ଅନ୍ୟ ଏକ ଆମ୍ବୁଲେନ୍ସ ଯୋଗେ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଣି ଗୁରୁବାର ଅନ୍ୟ ଏକ ଆମ୍ବୁଲେନ୍ସ ଯୋଗେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ କଲସମପୁର ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ବରଗାଁ ଛକ ନିକଟରେ ଚକ ଫାଟି ଆମ୍ବୁଲେନ୍ସ ଅଚଳ ହେଇ ପଡିଥିଲା। ଦୀର୍ଘ ସମୟ ପରେ ·ରବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅନ୍ୟ ଏକ ଆମ୍ବୁଲେନ୍ସ ଆସିବା ପରେ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।

ସୁଚନାଯୋଗ୍ୟଯେ, ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେଇ ଚିକିତ୍ସିତ ହେଉଥିବା ଲାଠିଆଗୁଡା ଗ୍ରାମର ବୁଦାରୁ ମାଝୀଙ୍କ ଝିଅର ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେଇଥିବାରୁ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ଆମ୍ବୁଲେନ୍ସ ଯୋଗେ ଥୁଆମୁଳ ରାମପୁର ଠାରୁ ସିଙ୍ଗାରୀ ଘାଟି ରାସ୍ତା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ ବରଗାଁ ଛକ ନିକଟରେ ଆମ୍ବୁଲେନ୍ସ ପହଂଚିଲା ବେଳକୁ ଆମ୍ବୁଲେନ୍ସର ପଛ ଚକ ଫାଟି ଯାଇ ଅଚଳ ହେଇ ପଡିଥିଲା। ଯାହାରି ଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ଅସୁବିଧାର ସମ୍ମୁଖିନ ହେଇଥିଲେ। ଆମ୍ବୁଲେନ୍ସ ·ଳକ ଅନ୍ୟ ଏକ ଆମ୍ବୁଲେନ୍ସ ସେବା ପାଇଁ ଯୋଗାଯୋଗ କରିବା ପରେ କଲମପୁର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ·ରବାହାଲ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ଅନ୍ୟ ଏକ ଆମ୍ବୁଲେନ୍ସ ପହଂଚିବା ପରେ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆମ୍ବୁଲେନ୍ସ ପରି·ଳନାରେ ତୃଟି କାରଣରୁ ରିତିମତ ଏଭଳି ସମସ୍ୟା ଦେଖା ଦେଉଛି। ଯେଉଁଥିପଇଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆମ୍ବୁଲେନ୍ସ ପରି·ଳନାରେ ବେସରକାରୀ ସଂସ୍ଥା ପ୍ରତି ଗୁରୁତ୍ୱ ଦେଇଥିବା ବେଳେ ବ୍ଲକ ଅଥବା ଜିଲ୍ଲା ସ୍ତରରେ କେହି ଅଧିକାରୀ ଆମ୍ବୁଲେନ୍ସ ପରି·ଳନାଗତ ତୃଟି ପାଇଁ କେହି ଉତରଦାୟୀ ନଥିବାରୁ ଏଭଳି ସମସ୍ୟା ଦେଖା ଦେଉଛି। ଏଭଳି ସମସ୍ୟା ପାଇଁ ରୋଗୀଙ୍କୁ ସେବା ଯୋଗାଇବାରେ ବିଳମ୍ବ କାରଣରୁ କାହାର ଯଦି ଅଘଟଣ ଘଟେ ତେବେ ଦାୟୀ ରହିବ କିଏ ?

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories