କଲମପୁର : ବାରମ୍ବାର ଜଳ ସେଚନ ଦାଇତ୍ୱରେ ଥିବା ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ସମେତ ବ୍ଲକ ପ୍ରଶାସନ ନିକଟରେ କେନାଲରୁ ପଙ୍କୋଉଦ୍ଧାର ଓ କେନାଲ ଭିତରେ ଉଠିଥିବା ଅନାବନା ବୃକ୍ଷଲତା କୁ ସଫା କରିବା ପାଇଁ ଜଣେଇଥିଲେ। କିନ୍ତୁ କେହି ମଧ୍ୟ ଗୁରୁତ୍ୱ ଦେଲେ ନାହିଁ । ଶେଷରେ ବାଧ୍ୟ ହେଇ ଜଳ ସେଚନ ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା କଲମପୁର ବ୍ଲକ ଅଧିନସ୍ଥ ଭଇଁରୀ ଗ୍ରାମର ଶତାଧିକ·ଷୀ ନିଜ ଉଦ୍ୟମରେ ଶ୍ରମ ଦାନ କରି କେନାଲ ସଫେଇ କରିଛନ୍ତି।
ଜଳ ସେଚନ ପାଇଁ ନୀତି ପ୍ରତିଦିନ ଯୋଜନା ପରେ ଯୋଜନା ହେଉଛି। କେଉଁଠି କେନାଲ ହେବ କେଉଁଠି ଉଠା ଜଳ ସେଚନ ମାଧ୍ୟମରେ ·ଷୀଙ୍କୁ ଜଳ ସେଚନ ଯୋଗାଇ ଦିଆଯିବ ପୁଣି କେଉଁ କେନାଲର ପୁନଃ ଉଦ୍ଧାର ହେବ। ଏହି ଯୋଜନା ମାଧ୍ୟମରେ ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଉଛନ୍ତି। କିନ୍ତୁ ପରିତାପର ବିଷୟ କେନାଲ ଥାଇ ମଧ୍ୟ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଆବଶ୍ୟକ ପାଣି ପହଂଚି ପାରୁ ନାହିଁ। ଜଳ ସେଚନ ପାଇଁ ·ଷୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜଳ ସେଚନ ପାଇଁ ଜଳକର ଦେଉଛନ୍ତି ସିନା ସଠିକ ଭାବେ ଜଳ ସେଚନ ପାଇବାରୁ ବଂଚିତ ହେଉଛନ୍ତି। ଭିର୍କାପଡା ସବ୍ ମାଇନର କେନାଲ ୨ ମାଧ୍ୟମରେ ଭିର୍କାପଡାର ଏକଶହରୁ ଅଧିକ ଚାଷ ଜମିକୁ ଜଳ ସେଚନରେ ବାଧା ହେଉଥିଲା।
ଚାଷୀ ମନରେଗା ଯୋଜନାରେ ଏହି କେନାଲର ପଙ୍କୋ ଉଦ୍ଧାର ସମେତ ଅନାବନା ଗଛ ଲତା କଟାଯାଇ ପାରନ୍ତା କିନ୍ତୁ ଦାଇତ୍ୱରେ ଥିବା କର୍ମଚାରୀ ଏଥିପ୍ରତି ଗୁରୁତ୍ୱ ଦେଇନଥିବାରୁ କେନାଲ ତଳମୁଣ୍ଡକୁ ପାଣି ପହଂଚିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ ·ଷୀ। ଶେଷରେ ପ୍ରଶାସନ ନିକଟରୁ କେନାଲ ମରାମତି କରାଇବାରେ ନିରାଶ ହେବା ପରେ ଚାଷୀ କୁଞ୍ଜ ବିହାରୀ ମୁଣ୍ଡ, ବିଶ୍ୱଜିତ ବେହେରା, ଫକିର ମୋହନ ବେହେରା, ସୁମନ୍ତ ବେହେରା, ନରେନ୍ଦ୍ର ମୁଣ୍ଡ, ଜିତେନ୍ଦ୍ର ନାଏକ, ବିରେନ୍ଦ୍ର ମୁଣ୍ଡ, ମହାଦେବ ବେହେରା, ମନୋରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନାଲ ସଫେଇ କାର୍ଯ୍ୟ କରାଯାଇଛି। ଏହି ସମସ୍ତ କେନାଲ ଦାଇତ୍ୱରେ ପାଣି ପଂ·ୟତ ରହିଥିଲେ ମଧ୍ୟ ଏହି ଅଂଚଳରେ ପାଣି ପଂ·ୟତ ସବୁ ମୂଲ୍ୟହୀନ ହେଇ ପଡିଛି। ଯେଉଁଥିପାଇଁ ·ଷୀ ଉପରେ ବୋଝ ପଡୁଛି।
ବି.ଦ୍ର ଫଟୋ ପଠାଇଛି
ରବୀନ୍ଦ୍ର ମିଶ୍ର
ପ୍ରତିନିଧି, କଲମପୁର



