www.samajalive.in
Saturday, December 6, 2025
23.1 C
Bhubaneswar

ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଛତୁଆ ପ୍ରସ୍ତୁତି ଅଭିଯୋଗ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ଛତୁଆ ପ୍ରସ୍ତୁତ କେନ୍ଦ୍ର ରହିଥିବା ବେଳେ ସେଠାରେ କରା ନ ଯାଇ ଅନ୍ୟ ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏହି କାମ କରା ଯାଉଥିବା ଅଭି ଯୋଗ ଆଣିଛନ୍ତି ଆନ୍ତର୍ଜାତୀୟ ମାନବାଧିକାର କର୍ମୀ ଗୀତାଞ୍ଜଳୀ ମହାପାତ୍ର। ତାଙ୍କ କହିବା ଅନୁସାରେ ଶିଶୁ ମାନଙ୍କ ନିମନ୍ତେ ସୁଶମ ଓ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଉନ୍ନତମାନର ଛତୁଆ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଛିା ଏହି ସବୁ କା ର୍ଯ୍ୟ କରିବା ନିମନ୍ତେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ନିୟୋଜିତ କରା ଯାଇଛିା ତେବେ ଏହି ଛତୁଆ ତିଆରି କା ର୍ଯ୍ୟ ନିମନ୍ତେ ମାଲକାନଗିରି ସଦର ମହକୁମାରେ ସ୍ୱତନ୍ତ୍ର କା ର୍ଯ୍ୟାଳୟ ରହିଥିବା ବେଳେ ସେଠାରେ କରା ନ ଯାଇ ନିକଟ ସିଆଡିମାଳ ଗ୍ରାମର ଗୌରୀ ସ୍ୱୟଂ ସହାୟକ ଗୋଷ୍ଠି ସେହି ଗ୍ରାମରେ ପ୍ରସ୍ତୁତ କରୁଥିବା ସେ ପ୍ରକାଶ କରିଛନ୍ତିା ଏହି ଛତୁଆ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେବା ସହ ଅତି ନିମ୍ନମାନର ତିଆରି କରା ଯାଇ ମାଲକାନଗିରି ବ୍ଲକ ସାରା ବଂଟନ କରା ଯାଉଛି।

 

- Advertisement -

ତେବେ କିଭଳି ବିଭାଗୀୟ ଅଧିକାରୀ ମାନେ ଚୁପ୍ ରହୁଛନ୍ତି ସେଥିପ୍ରତି ସେ ପ୍ରଶ୍ନ କରିଛନ୍ତି।ଏ ସମ୍ପର୍କରେ ସମ୍ପୃକ୍ତ ମହିଳା କର୍ମୀ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କୁ ଅବଗତ କରାଇବାରୁ ସେ ଲିଖିତ ଅଭି ଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲୋ ପରବର୍ତୀ ସମୟରେ ସେ ଲିଖିତ ଅଭି ଯୋଗ କରିଥିଲେ ମଧ୍ୟ ତାଙ୍କର ଅଭି ଯୋଗକୁ କର୍ଣପାତ କରି ନଥିବା ସେ ଅଭି ଯୋଗ କରିଛନ୍ତି ଏବଂ ଏ ସମ୍ପର୍କରେ ସେ ଜିଲ୍ଲାପାଳ ବିଶାଳ ସିଂଙ୍କୁ ମଧ୍ୟ ଅବଗତ କରାଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା ତେବେ ଶିଶୁଙ୍କ ପାଇଁ ଏଭଳି ନିମ୍ନମାନର ଛତୁଆ କିପରି ତିଆରି କରା ଯାଉଛି ଏବଂ ଏହାର ତଦନ୍ତ ନିମନ୍ତେ ସମ୍ପୃକ୍ତ ମହିଳା କର୍ମୀ ଶ୍ରୀମତୀ ମହାପାତ୍ର ଦାବି କରିଛନ୍ତିା ଏହି ଘଟଣା ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିାଁ

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories