www.samajalive.in
Sunday, December 14, 2025
19.1 C
Bhubaneswar

ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଛତୁଆ ପ୍ରସ୍ତୁତି ଅଭିଯୋଗ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ଛତୁଆ ପ୍ରସ୍ତୁତ କେନ୍ଦ୍ର ରହିଥିବା ବେଳେ ସେଠାରେ କରା ନ ଯାଇ ଅନ୍ୟ ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏହି କାମ କରା ଯାଉଥିବା ଅଭି ଯୋଗ ଆଣିଛନ୍ତି ଆନ୍ତର୍ଜାତୀୟ ମାନବାଧିକାର କର୍ମୀ ଗୀତାଞ୍ଜଳୀ ମହାପାତ୍ର। ତାଙ୍କ କହିବା ଅନୁସାରେ ଶିଶୁ ମାନଙ୍କ ନିମନ୍ତେ ସୁଶମ ଓ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଉନ୍ନତମାନର ଛତୁଆ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଛିା ଏହି ସବୁ କା ର୍ଯ୍ୟ କରିବା ନିମନ୍ତେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ନିୟୋଜିତ କରା ଯାଇଛିା ତେବେ ଏହି ଛତୁଆ ତିଆରି କା ର୍ଯ୍ୟ ନିମନ୍ତେ ମାଲକାନଗିରି ସଦର ମହକୁମାରେ ସ୍ୱତନ୍ତ୍ର କା ର୍ଯ୍ୟାଳୟ ରହିଥିବା ବେଳେ ସେଠାରେ କରା ନ ଯାଇ ନିକଟ ସିଆଡିମାଳ ଗ୍ରାମର ଗୌରୀ ସ୍ୱୟଂ ସହାୟକ ଗୋଷ୍ଠି ସେହି ଗ୍ରାମରେ ପ୍ରସ୍ତୁତ କରୁଥିବା ସେ ପ୍ରକାଶ କରିଛନ୍ତିା ଏହି ଛତୁଆ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେବା ସହ ଅତି ନିମ୍ନମାନର ତିଆରି କରା ଯାଇ ମାଲକାନଗିରି ବ୍ଲକ ସାରା ବଂଟନ କରା ଯାଉଛି।

 

- Advertisement -

ତେବେ କିଭଳି ବିଭାଗୀୟ ଅଧିକାରୀ ମାନେ ଚୁପ୍ ରହୁଛନ୍ତି ସେଥିପ୍ରତି ସେ ପ୍ରଶ୍ନ କରିଛନ୍ତି।ଏ ସମ୍ପର୍କରେ ସମ୍ପୃକ୍ତ ମହିଳା କର୍ମୀ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କୁ ଅବଗତ କରାଇବାରୁ ସେ ଲିଖିତ ଅଭି ଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲୋ ପରବର୍ତୀ ସମୟରେ ସେ ଲିଖିତ ଅଭି ଯୋଗ କରିଥିଲେ ମଧ୍ୟ ତାଙ୍କର ଅଭି ଯୋଗକୁ କର୍ଣପାତ କରି ନଥିବା ସେ ଅଭି ଯୋଗ କରିଛନ୍ତି ଏବଂ ଏ ସମ୍ପର୍କରେ ସେ ଜିଲ୍ଲାପାଳ ବିଶାଳ ସିଂଙ୍କୁ ମଧ୍ୟ ଅବଗତ କରାଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା ତେବେ ଶିଶୁଙ୍କ ପାଇଁ ଏଭଳି ନିମ୍ନମାନର ଛତୁଆ କିପରି ତିଆରି କରା ଯାଉଛି ଏବଂ ଏହାର ତଦନ୍ତ ନିମନ୍ତେ ସମ୍ପୃକ୍ତ ମହିଳା କର୍ମୀ ଶ୍ରୀମତୀ ମହାପାତ୍ର ଦାବି କରିଛନ୍ତିା ଏହି ଘଟଣା ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିାଁ

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories