www.samajalive.in
Sunday, December 7, 2025
23.1 C
Bhubaneswar

ହାଇୱାରେ ବେନିୟମ ଭାବେ ବାଲି ଚାଲାଣ: ମୀନଗୁର ଠାରେ ଅଟକାଇ ପୁଲିସର ଜିମାଦଲେ ଗ୍ରାମବାସୀ, ଖଣି ବିଭାଗର ତଦନ୍ତ

କଲମପୁର: କଳାହାଣ୍ଡି ଜିଲ୍ଲାର ପ୍ରମୁଖ ନଦୀ ହାତୀ ନଦୀ। ଏହି ନଦୀ ଏବେ ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ରୀତିମତ ହାତୀ ନଦୀର ବିଭିନ୍ନ ଘାଟରୁ ଟନ୍ ଟନ୍ ବାଲି ଉଠାଣ କରାଯାଇ ପଡୋଶୀ ଜୟପାଟଣା, ଥୁଆମୁଲ ରାମପୁର ବ୍ଲକ ସମେତ ପଡୋଶୀ ରାୟଗଡ଼ା ଜିଲାକୁ ଚାଲାଣ କରାଯାଉଛି। ସ୍ୱତନ୍ତ୍ର ଶ୍ରେଣୀର ଠିକାଦାର କୋଟି କୋଟି ଟଙ୍କାର କାର୍ଯ୍ୟ କରୁଥିବା ବେଳେ କଲମପୁର ହାତୀ ନଦୀର ବାଲିକୁ ବେନିୟମ ଭାବେ ଚାଲାଣ କରୁଛନ୍ତି। ନିକଟରେ ହାତୀ ନଦୀ ମଣ୍ଡଳ ବାଲି ଘାଟରୁ ବାଲି ଉଠଆଣ କରି ମୀନଗୁର ଗ୍ରାମ ଦେଇ ଜୟପାଟଣା ଅଞ୍ଚଳକୁ ଓ.ଡି. ୦୮କ୍ୟୁ ୩୮୮୦, ଓ.ଡି -୮ଆର ୫୯୯୫, ଓ.ଡି ୦୮ ଟି ୩୬୧୫ ପ୍ରମୁଖ ତିନିଗୋଟି ହାଇୱାରେ ଚାଲାଣ କରୁଥିଲେ।

ଗ୍ରାମବାସୀ ସନ୍ଦେହରେ ହାଇୱା ସବୁକୁ ଅଟକାଇ କଲମପୁର ପୁଲିସର ଜିମା ଦେଇଥିଲେ। ପୁଲିସ ବାଲି ଚାଲାଣର ଅନୁମତି ପତ୍ର ମାଗିଥିଲେ। ସେହି ସମୟରେ ବାଲିଚାଲାଣର କୌଣସି ଅନୁମତି ପତ୍ର ଉପଲ୍ୱଧ ନଥିଲା। ଏନେଇ ଖଣି ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହେଇଥିଲା। ରବିବାର ଜିଲ୍ଲା ଖଣି ବିଭାଗ କାର୍ଯ୍ୟଆଳୟରୁ ଜିଲ୍ଲା ଖଣି ଅଧିକାରୀ ମୁରଲୀ ଧର ନାଏକ, କନିଷ୍ଟ ଖଣି ଅଧିକାରୀ ବିକାଶ ପଟ୍ଟନାୟକ ପ୍ରମୁଖ କଲମପୁର ପୁଲିସ ଥାନାରେ ପହଂଚି ବାଲି ବୋଝେଇ ୩ ଗୋଟି ହାଇକ୍ୱାକୁ ଜବତ କରିଥିଲେ। ଜରିମାନା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅପରାହ୍ନ ୪ଟା ଯାଏଁ ହାଇୱା ମାଲିକଙ୍କ ପକ୍ଷରୁ ଧାର୍ଯ୍ୟ ଜରିମାନା ବାନ୍ଧିବାରେ ଅମଙ୍ଗ ହେବାରୁ ପୁନଃ ଖଣି ବିଭାଗ ପକ୍ଷରୁ ବାଲି ବୋଝେଇ ହାଇୱାକୁ ପୁଲିସ ଥାନାର ଜିମା ଦେଇ ଫେରିଯାଇଛନ୍ତି।

- Advertisement -

କଲମପୁର ଅଞ୍ଚଳରେ ଥିବା ହାତୀ ନଦୀର ବିଭିନ୍ନ ଘାଟରୁ ବାଲି ବେନିୟମ ଭାବେ ଚାଲାଣ ହେଉଛି। ଯାହାର ସଦ୍ୟତମ ଉଦାହରଣ ଏହି ତିନଗୋଟି ବାଲି ବୋଝେଇ ହାଇୱା ଜବତ। ଏହାସହ ଶନିବାର ଦିନ ମଧ୍ୟ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରରେ ବେନିୟମ ଭାବେ ଚାଲାଣ କରାଯାଉଥିଲା। ଯାହାକୁ ଖଣି ବିଭାଗ ଅଧିକାରୀ ଜବତ କରିଥିଲେ। ଏହାସହ ସମ୍ପୃକ୍ତ ଟ୍ରାକ୍ଟର ଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଅନ୍ୟପଟେ ଜବତ ହେଇଥିବା ୩ ଗୋଟି ବାଲି ବୋଝେଇ ହାଇୱାକୁ ବିନା ଜରିମାନାରେ ଛାଡି ଦେବା ପାଇଁ ରାଜନୈତିକ କ୍ଷମତାର ଅପବ୍ୟବହାର କରୁଥିବା ସାଧାରଣରେ ଆଲୋଡନ ସୃଷ୍ଟି ହେଉଛି।

ପୂର୍ବରୁ ବାଲି ସୌରାତ ରାଜସ୍ୱ ବିଭାଗ ଅଧିନରେ ଥିଲା। ଯାହାଦ୍ୱାରା ରୀତିମତ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଥିଲା। ଯାହାଦ୍ୱାରା ରାଜସ୍ୱ ବୃଦ୍ଧି ପାଉଥିଲା। କିନ୍ତୁ ବର୍ତମାନ ଖଣି ବିଭାଗ ଅଧିନରେ ବାଲି ସୌରାତ। ଖଣି ବିଭାଗର ଆବଶ୍ୟକ ଅନୁସାରେ କର୍ମଚାରୀ ଅଭାବ ଯୋଗୁଁଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବାଲି ଚୋରା ଚାଲାଣ କାରୀ ବାଲି ମାଫିଆ, ରାଜସ୍ୱ ଫାଙ୍କୁଥିବା ବଡ ବଡ ଠିକାଦାର ମାଲେ ମାଲ ହେଉଛନ୍ତି। ତେଣୁ ତୁରନ୍ତ ଖଣି ବିଭାଗ ପ୍ରତି ବାଲି ଚାଲାଣ ଅଞ୍ଚଳରେ କର୍ମଚାରୀ ନିୟୋଜନ କରି ବେନିୟମ ବାଲିଚାଲାଣକୁ ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories