www.samajalive.in
Monday, December 15, 2025
17.1 C
Bhubaneswar

ବିଦ୍ୟୁତ ନାହିଁ କି ରାସ୍ତା ନାହିଁ ଭୋଟ ଦେବୁ କାହିଁକି?

କଲମପୁର/ ମୁଖିଗୁଡା : ବିଦ୍ୟୁତ ନାହିଁ କି ପଡା ପାଇଁ ରାସ୍ତା ନାହିଁ। ତେବେ ଆମେ ଭୋଟ ଦେବୁ କାହିଁକି ବୋଲି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ଲୁହାବାହାଲ ନୁଆପଡାବାସୀ। ଆଗାମୀ ୧୩ ମଇ ଦିନ କଳାହାଣ୍ଡି ଲୋକ ସଭା ନିର୍ବଚନ ମମ୍ଡଳିର ସାଂସଦ ପଦବୀ ସହ ୭ଗୋଟି ବିଧାନ ସବା ନିର୍ବାଚନ ଣ୍ଡଳିର ବିଧାୟକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ପ୍ରଶଆସନ ପକ୍ଷରୁ ଶତପ୍ରତିଶତ ମତଦାନ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

କିନ୍ତୁ ସୂଚନା ଅନୁସାରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳି ଅଧିନସ୍ଥ ବାନେର ପଂ·ୟତ ଲୁହାବାହାଗ୍ରାଜସ୍ୱ ଗ୍ରାମର ନୁଆପଡା ପାଇଁ ନାହିଁ ବିଦ୍ୟୁତ ଆଲୁଅର ବ୍ୟବସ୍ତା ପୁଣି ନାହିଁ ପଡା ପାଇଁ ରାସ୍ତା ଅବା ପୋଲର ବ୍ୟବସ୍ଥା, ଏପରିକି ପବିଶୁଦ୍ଦ ପାନୀୟ ଜଳ ମଧ୍ୟ ସାତ ସପନ ପାଲଟିଛି ଏହି ପଡାବାସୀଙ୍କ ପାଇଁ। ବାରମ୍ବାର ଜଣାଇଲେ ସୁଦ୍ଧା କେହି ଅଧିକାରୀ ଅଥବା ଲୋକପ୍ରତିନିଧି ପଡାବାସୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇ ନାହାଁନ୍ତି। ରାତିହେଲେ ଚିନ୍ତାବଢେ ପଡାବାସୀଙ୍କ। ତାଙ୍କ ସନ୍ତାନ ସନ୍ତତିଙ୍କ ପାଠ ପଢା ପାଇଁ ଭରସା ଡିବିରି ଆଲୁଅ।

- Advertisement -

ଏପରିକି ମହିଳାଙ୍କ ରୋଷେଇ ପାଇଁ ମଧ୍ୟ ଏହି ଡିବିରି ଆଲୁଅ ଭରସା। ରାତି ଅନ୍ଧାରରେ ସାପ, ବିଛା ଆଦି ସରିସୃପଙ୍କ ଭୟ ଲାଗି ରହୁଛି। ସ୍ୱାଧିନତାର ୭ଦଶନ୍ଧି ପରେ ମଧ୍ୟ ଲୁହାବାହାଲ ନୁଆପଡାବାସୀଙ୍କ ଭାଗ୍ୟରେ କେବଳ ବିଦ୍ୟୁତ୍ ଆଲୁଅ ନୁହେଁ ସେମାନଙ୍କ ପାଇଁ ଜୁଟି ନାହିଁ ସବୁଦିନିଆ ରାସ୍ତା ଅଥବା ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ତା। ତେଣୁ ସେମାନେ ମୌଳିକ ସୁବିଧାରୁ ବଂଚିତ ହେଇଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସିଦ୍ଧାନ୍ତ ନେଇଛନ୍ତି।
ମତାମତ
ସରକାର ଯୋଜନା ପରେ ଯୋଜନା କରି ·ଲିଛନ୍ତି। କିନ୍ତୁ ପରିତାପର ବିଷୟ ଲୁହାବାହାଲ ନୁଆପଡାବାସୀଙ୍କ ପାଇଁ ସମସ୍ତ ଯୋଜନା ଅପହଂଚ। ଆମେ ଭୋଟ ଦେଇ ଲୋକ ପ୍ରତିନିଧି ବାଛୁଚୁ କିନ୍ତୁ ସେ ଲୋକ ପ୍ରତିନିଧି ବିଜୟ ଲାଭ କରିବା ପରେ ଆଉ ଦେଖା ଦର୍ସନ ଦେଉ ନାହାଁନ୍ତି। ତେବେ ଆମେ ଲୋକ ପ୍ରତିନିଧି ବାଛିବୁ କାହିଁକି ?
ସନ୍ତୋଷ କୁମାର ଦାସ, ଲୁହାବାହାଲ ନୁଆପଡାବାସୀ
ନିଜ ପଡା ଠାରୁ ନିଜ ରାଜସ୍ୱ ଗ୍ରାମ ପାଇଁ ରାସ୍ତା ନାହିଁ। ନିକଟରେ ପ୍ରବାହିତ କେନାଲରେ ପୋଲ ନାହିଁ। ଆମେ ସମସ୍ତେ ହଇରାମ ହେଉଛି ବିଦ୍ୟୁତ ନାହିଁ ଦିନର ତାତିରେ ଆମେ ଗଛତଳେ।ଶ୍ରୟ ନେଉଛୁ। ସରକାର ଆମର କୌଣସି ସୁବିଧା କରି ନାହାଁନ୍ତି। େବେ ଭୋଟ ମାଗି ଆସୁନ୍ତି। ଆମର ସମସ୍ୟା ଜଣେଇଲେ ଭୋଟ ପରେ ସବୁ ହେବ କହୁଛନ୍ତି। କିନ୍ତୁ ଆମର ସୁବିଧା ନାହିଁ ତ ଭୋଟ ମଧ୍ୟ ଦେବୁ ନାହିଁ।
ନୁଆଦେଈ ଧଙ୍ଗଡାମାଝୀ, 
ମାଛି ଧୁକୁ ଧୁକି ଆମେ ରହୁଛୁ ଘର ଦ୍ୱାର ଆମ ପାଇଁ କିଛି ସୁବିଧା ନାହିଁ। ଆମେ ଆମର ପରିଶ୍ରମ ବଳରେ ଚଳୁଛୁ। ଆମର ସନ୍ତାନ ସନ୍ତତି ଡିବିରି ଆଲୁଆରେ ପଢୁରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ …“ଛ୍ତି . ଆମ ପାଇଁ ବିଦ୍ୟୁତ ବ୍ୟବସ୍ତା ନାହିଁ। ଆମେ ଅନେକବାର ଜଣେ ସାରିଛି କିନ୍ତୁ ସରକାର ଆମକଥା ଶୁଣୁ ନାହିଁ। ତେଣୁ ଆମେ ଭୋଟ ଦେବୁ ନାହିଁ।
ସୁନେ ମାଝୀଲୁହାବାହାଲ ନୁଆପଡାବାସୀ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories