ବ୍ଲକ ପ୍ରଶାସନ ପକ୍ଷରୁ ମତଦାନ ପାଇଁ ଜନ ସଚେତନତା ଶୋଭାଯାତ୍ରା

କଲମପୁର : ମତଦାନ ଏକ ସଚେତନ ନାଗରିକର ଅଧିକାର। ଦେଶର ସମସ୍ତ ସଚେତନ ନାଗରିକ ସ୍ୱ ଇଛାରେ ସଠିକ ବ୍ୟକ୍ତିଙ୍କୁ ଚୟନ କରି ମତଦାନ କରିବା ଆବଶ୍ୟକ। ଆଗାମୀ ୧୩ ମଇରେ କଳାହାଣ୍ଡି ଲୋକ ସଭା ସାଂସଦ ପଦବୀ ଏବଂ ଏହି ଲୋକ ସଭା ଅନ୍ତର୍ଗତ ୭ଗୋଟି ବିଧଆନସଭା ନିର୍ବାଚନ ମଣ୍ଡଳି ର ବିଧାୟକ ପଦବୀ ପାଇଁ ନିର୍ବାଚନ ଅନୁଷଅଠିତ ହେବ। ତେଣୁ ସମସ୍ତ ନାଗରୀକ ନିଜ ନିଜ ମତଦାନ କରି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ପାଇଁ ପ୍ରାଶାସନ ପକ୍ଷରୁ ସଚେତନତା କରାଯାଉଛି।
ବୁଧବାର କଳାହାଣ୍ଡି ଜିଲାପାଳ ପି.ଅନ୍ୱେଷା ରେଡିଙ୍କ ନିର୍ଦ୍ଦେଶକ୍ରମେ କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ମତଦାନ ନେଇ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା। କଲମପୁର ବ୍ଲକ ଅଂଚଳରେ ଶତପ୍ରତିଶତ ମତାଦନ ନେଇ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ନେତୃତ୍ୱରେ ଏକ ଜନ ସଚେତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏଥିରେ ତହସିଲଦାର ସ୍ମରଣୀକା ତୁଳ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ କାର୍ୟ୍ୟରତ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶୁସାନ୍ତ କୁମାର ଖମାରୀ, ଶୁସିଳ କୁମାର ମୁଣ୍ଡ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେର, ମିଶନ ଶକ୍ତିର ବ୍ଲକ ସଂଯୋଜକ ରିଜିଆନୁସ ଏକ୍କା, ସମସ୍ତ ମିଶନ ଶକ୍ତିର କର୍ମକର୍ତା, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମତେ ସମସ୍ତ ବିଭାଗର କର୍ମ·ରୀ ମାନେ ଏହି ମତଦାନ ସଚେତନ ଶୋଭାଯାତ୍ରାରେ ସାମିଲ ହେଇଥିଲେ। ଏହି ଶୋଭାଯାତ୍ରା କଲମପୁର ବ୍ଲକ କାର୍ୟ୍ୟାଳୟରୁ ମୁଖ୍ୟ ବଜାର, ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିର ଦେଇ ମାଉସୀମା ମନ୍ଦିର ତହସିଲ କାର୍ୟ୍ୟାଳୟ ସମେତ ବେଲପଡା ତାରିଣୀ ମନ୍ଦିର ପର୍ୟ୍ୟନ୍ତ ପରିକ୍ରମା କରିଥିଲେ। ଗଣତନ୍ତ୍ରର ମହାନ ପର୍ବ ମତଦାନ।

ଏହି ମତଦାନ କରି ନିଜ ନିଜ ପ୍ରତିନିଧି ବାଛିବା। ତେଣୁ ବହୁ ମାତ୍ରାରେ ମତଦାନ ପାଇଁ ଏହି ସଚେତେନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏସ.ଆଇ ଡୋଳାଣି ବିଶି, ଏଏସ.ଆଇ ଶେଖର ଜେନା ଙ୍କ ସମେତ ପୁଲସ ବଳ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ।

Comments are closed.