www.samajalive.in
Monday, December 15, 2025
15.1 C
Bhubaneswar

ଦୁଲକିବନ୍ଧ ନିକଟରେ ଦୁଇ ବାଇକ ଧକ୍କା; ୨ ଗୁରୁତର

କଲମପୁର: ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଶନିବାର ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଯୋଗୁଁ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣକର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡୁରାଗୁଡା ଗ୍ରାମର ପ୍ରସନ୍ନ ମାଝୀ ନାମକ ଜନୈକ ଯୁବକ ଏକ ବାଇକ ଯୋଗେ ମୋଟେର ଜୟପାଟଣା ରାସ୍ତା ଦେଇ ଯାଉଥିବା ବେଳେ କୌଣସି କାରଣରୁ ଦୁଲକିବନ୍ଧ ନିକଟରେ ଅଟକି ରହିଥିଲେ। ଏହି ସମୟରେ କାହ୍ନା ଲହଜଲ ନାମକ ଅନ୍ୟ ଜଣେ ଯୁବକ ବିଜମରାଠାରୁ ନିଜ ଗାଁ ଉମେରକୁ ଫେରୁଥିବା ବେଳେ ରାସ୍ତାରେ ଅଟକି ରହିଥିବା ପ୍ରସନ୍ନଙ୍କ ବାଇକ ସହ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରସନ୍ନଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ କାହ୍ନାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯିିବା ପରେ ପ୍ରସନ୍ନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories