www.samajalive.in
Sunday, December 14, 2025
26.1 C
Bhubaneswar

ରାଜଧାନୀ ବାଣ ଦୋକାନରେ ଯାଞ୍ଚ

ଭୁବନେଶ୍ବର: କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବାଣ ବିକ୍ରି ଉପରେ କଡ଼ା ନଜର ରଖାଯାଇଛି। ଭୁବନେଶ୍ବରରେ ସମସ୍ତ ନିୟମ ପାଳନ ହେଉଛି କି ନାହିଁ ଜାଣିବା ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଦୁଷଣ ବୋର୍ଡ, ଅଗ୍ନିଶମ ବିଭାଗ ଓ କମିଶନରେଟ ପୁଲିସର ମିଳିତ ସହଯୋଗରେ ବାଣ ଦୋନାନରେ ଯାଞ୍ଚ ଚାଲିଛି। ୟୁନିଟ ୧ ହାଟରେ ଥିବା ବାଣ ଦୋକାନରେ ଯାଞ୍ଚ କଡ଼ାକଡ଼ି ହୋଇଛି।

ବାଣଦୋକାନଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି କି ନାହିଁ ଏବଂ ସବୁଜ ବାଣ ବିକ୍ରି ହେଉଛି ନାହିଁ ତାହାର ଯାଞ୍ଚ କଡ଼ାକଡ଼ି କରାଯାଉଛି। ରାଜଧାନୀରେ ୫୦୦ରୁ ଅଧିକ ବାଣ ବ୍ୟବସାୟୀ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ପାଖାପାଖି ୯୦ ପ୍ରତିଶତଙ୍କୁ ଅନୁମତି ମିଳିଛି। ବରମୁଣ୍ଡା, ରସୁଲଗଡ଼, ଚନ୍ଦ୍ରଶେଖରପୁର, ଜଟଣୀ ଭଳି ଅଞ୍ଚଳରେ ବଡ଼ ପଡ଼ିଆ ଓ ଖୋଲା ସ୍ଥାନରେ ବାଣ ବଜାର ଲାଗିଛି। ଏହାସହିତ ରାଜଧାନୀର ଅନ୍ୟ ଅଞ୍ଚଳଗୁଡ଼ିକରେ ଥିବା ଖାଲି ସ୍ଥାନଗୁଡ଼ିକରେ ବାଣ ବଜାର ଖୋଲିଛି। ପର୍ଯ୍ୟାୟକ୍ରମେ ଆଜି ରାଜଧାନୀର ସବୁ ଅଞ୍ଚଳରେ ବାଣ ଦୋକାନଗୁଡ଼ିକର ଯାଞ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories