କଲମପୁର: କଲମପୁର ବିଡିଓ ଏବଂ ତହସିଲଦାର ସୋମବାର ଅପରାହ୍ନରେ ନୂଆଗାଁ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ମନ୍ଦିର କାର୍ଯ୍ୟ ୫-ଟିରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉଭୟ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ତହସିଲଦାର ରୁଦ୍ର ମୋହନ ନାୟକଙ୍କ ସମେତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ସେଠୀ ନୂଆଗାଁ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ତୁରନ୍ତ ମିଳିଥିବା ଅନୁଦାନ ଅର୍ଥ ଖର୍ଚ୍ଚ କରିବା ପରେ ମନ୍ଦିର କାର୍ଯ୍ୟ ସମ୍ପାଦନ ପାଇଁ ଅଧିକ ଅର୍ଥର ବ୍ୟବସ୍ଥା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ।
Popular Categories



