www.samajalive.in
Sunday, December 14, 2025
23.1 C
Bhubaneswar

ବସ୍‌ ଅଟକାଇ ସାମ୍ନା କାଚ ଭାଙ୍ଗିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଗଜରାଜ ଆତଙ୍କ। ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶା ଆନ୍ଧ୍ର ସୀମାଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ। ଏକ ଘରୋଇ ବସକୁ ଅଟକାଇବା ସହ ତା’ ଉପରେ ଆକ୍ରମଣ କରିଛି ହାତୀ।‌ ରାୟଗଡ଼ା ଜିଲା କଲ୍ୟାଣସିଂହପୁରରୁ ବିଜୟଦୁର୍ଗା ନାମକ ଏକ ଘରୋଇ ବସ୍ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡ଼ି ଆସିଥିଲା। ଏହା ଦେଖି ବସ୍ ଚାଳକ ସାହସର ସହ ଗାଡ଼ିର ବେଗ କମ୍‌ କରିଥିଲେ। ଏହି ସମୟରେ ଜଙ୍ଗଲୀ ହାତୀ ବସକୁ ଆକ୍ରମଣ କରିଥିଲା। ହାତୀ ଶୁଣ୍ଢରେ ବସକୁ ଠେଲିବା ସହ ସମ୍ମୁଖ କାଚ ଭାଙ୍ଗି ଦେଇଥିଲା। ପ୍ରାୟ ୧୦ରୁ ୧୫ ମିନିଟ ଧରି ରାସ୍ତା ଉପରେ ହାତୀ ଚଲାଇଥିଲା ଉପଦ୍ରବ। ଏହି ବସରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ବସିଥିଲେ। ହାତୀ ଆକ୍ରମଣ କରିବା ପରେ ଚାଳକ ସାହସ ଦେଖାଇ ବସକୁ ପଛକୁ ପଛକୁ ନେଇ ଘଟଣାସ୍ଥଳରୁ ଚାଲି ଯାଇଥିବା ଜଣାପଡ଼ିଛି। ଏହି ଦନ୍ତା ହାତୀ ସହିତ ୫ଟି ହାତୀ ରହିଥିବା ସୂଚନା ମିଳିଛି। ଏହି ଛୋଟିଆ ହାତୀପଲ ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲା ଅନ୍ତର୍ଗତ ତୋଟାପେଲି ଜଳଭଣ୍ଡାର ନିକଟସ୍ଥ ନାଗାବଳୀ ନଦୀର ଆରପଟେ ଚଳପ୍ରଚଳ କରୁଥିବାବେଳେ ଓଡ଼ିଶା ସୀମାର ଅନିଜା, ଆମ୍ପଲଓ୍ବାଲସା, କେରେଡା, କୁନେରୁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି। ଆଜିର ଘଟଣା ପରେ ଓଡ଼ିଶା ଆନ୍ଧ୍ର ସୀମାରେ ଭୟର ବାତାବରଣ ଦେଖାଦେଇଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଆନ୍ଧ୍ର ଏବଂ ଓଡ଼ିଶାର ଜଙ୍ଗଲ ବିଭାଗର ଅଧିକାରୀଙ୍କ ସମେତ ହାତୀ ବିଶେଷଜ୍ଞ ସେଠାରେ ପହଞ୍ଚି ହାତୀଙ୍କ ଗତିବିଧିକୁ ଅନୁଧ୍ୟାନ କରୁଥିବା ଜଣାଯାଇଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories