ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହେଲା କାର୍; ଅଳ୍ପକେ ବର୍ତ୍ତିଲେ ଚାଳକ

କଲମପୁର: କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କୁଲେଇଜୋର ବୁଲାଣି ନିକଟରେ ରବିବାର ଅପରାହ୍ନରେ ଏକ କାର୍ ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟବସତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ସୂଚନା ଅନୁସାରେ, ଏକ କାର୍ କୁଲେଇଜୋର ବୁଲାଣି ନିକଟରେ ଥିବା ଏକ ବିଦ୍ୟୁତ୍‌‌ ଖୁଣ୍ଟ ସହ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଧକ୍କାର ତିବ୍ରତା ଅଧିକ ଥିବାରୁ କାରର ଆଗ ପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ କାରରେ ଲାଗିଥିବା ଦୁଇଗୋଟି ଜୀବନ ରକ୍ଷାକାରୀ ବେଲୁନ ଆଗକୁ ବାହାରି ଆସିଛି। ତେବେ ଦୁର୍ଘଟଣାଗ୍ରସ୍ତ କାରଟି କାହାର ଏବଂ କେଉଁଆଡ଼େ ଯାଉଥିଲା ଓ କାରରେ ଅନ୍ୟ କିଏ ଥିଲେ କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ।

Comments are closed.