www.samajalive.in
Wednesday, December 10, 2025
17.1 C
Bhubaneswar

ମୋପେଡକୁ ପଛପଟୁ ଧକ୍କା ଦେଲା ବାଇକ; ମହିଳାଙ୍କ ସମେତ ୩ ଆହତ

କଲମପୁର: ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ଗୁନଗୁନିଆ ମନ୍ଦିର ବୁଲାଣି ନିକଟରେ ସୋମବାର ଘଟିଛି ଏକ ଦୁର୍ଘଟଣା। ଯେଉଁଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କୋକସରା ବ୍ଲକ ଅଧିନସ୍ଥ କାଶିବାହାଲ ଗ୍ରାମର ରାଧାକାନ୍ତ ପୋଢ, ଜଗନ୍ନାଥ ହଂସ ଏବଂ ରୀତା ହଂସ ଏକ ମୋପେଡ ଯୋଗେ ଜୟପାଟଣା ଥାନା ଅଧିନସ୍ଥ ଝାକରପଡ଼ାଠାରୁ ନିଜ ଗାଁକୁ ଜୟପାଟଣା ମୋଟେର ରାସ୍ତା ଦେଇ ଫେରୁଥିଲେ। ସେମାନେ ଗୁନଗୁନିଆ ଗ୍ରାମର ମନ୍ଦିର ବୁଲାଣି ନିକଟରେ ପହଞ୍ଚିବା ବେଳକୁ ଅନ୍ୟ ଏକ ବାଇକ ପଛପଟୁ ଆସି ସେମାନଙ୍କ ପୋପେଡକୁ ଧକ୍କା ଦେଇଥିଲା। ଫଳରେ ମୋପେଡରେ ବସିଥିବା ୩ ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ୧୧୨ ଜରୁରୀକାଳୀନ ନମ୍ବରକୁ ଯୋଗାଯୋଗ କରିଥିଲେ। ଏହାପରେ କଲମପୁର ଅଗ୍ନିଶମ ବାହିନୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସୌରଭ ବେହରା, ନିର୍ମଳ ତରିଆ, ଆଶିଷ ନନ୍ଦ, ସରୋଜ ପ୍ରଦାନ ଏବଂ ନିରଞ୍ଜନ ଦାସ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories