www.samajalive.in
Tuesday, December 9, 2025
19.1 C
Bhubaneswar

ବ୍ୟାପୁଛି ଝାଡାବାନ୍ତି; ଗଲାଣି ୬ ଆକ୍ରାନ୍ତଙ୍କ ଜୀବନ

କଲମପୁର: ଥୁଆମୂଳ ରାମପୁର ଅଂଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଗୋଟିଏ ଗାଁରୁ ଅନ୍ୟ ଗୋଟିଏ ଗାଁକୁ ବ୍ୟାପୁଛି ଏହି ରୋଗ । ଝାଡାବାନ୍ତି ପ୍ରକୋପ ବୃଦ୍ଧି ପାଉଥିବାରୁ ସାଧାରଣରେ ଲୋକମାନେ ଆତଙ୍କିତ ରହିଛନ୍ତି । କେଉଁ କାରଣରୁ ଏହି ରୋଗ ବିସ୍ତାର କରୁଛି ସେନେଇ କୌଣସି ସୂଚନା ମିଳିନାହିଁ । ଗତ ତିନଦିନ ତଳେ ଝାଡାବାନ୍ତିରେ ଆକ୍ରାନ୍ତ ହେଇ ୪ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଗତକାଲି ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଭଳି ଘଟଣା ଏବେ ଥୁଆମୂଳ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ଗତ ତିନିଦିନ ମଧ୍ୟରେ ସେମେଲପଦର କେନ୍ଦୁପଡାର ୨, ପୁଷ୍ଟିଗୁଡା ଓ ଚମ୍ପାଚୁଆଁରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହେଇଥିବା ବେଳେ ପୁଣି ରବିବାର ବଡଛତ୍ରଙ୍ଗ ଗ୍ରାମର ୪୫ ବର୍ଷିୟ ଆଶାଏ ମାଝୀ ଏବଂ ବଲଙ୍ଗି ଗ୍ରାମର ୫୫ ବର୍ଷିୟ ରଏବାରୀ ମାଝୀ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁବରଣ କରିଛନ୍ତି । ସେମେଲପଦର କେନ୍ଦୁପଡାର କିଛି ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଥିବା ବେଳେ ପୁଣି ବଡଛତ୍ରଙ୍ଗ, ବଲଙ୍ଗି ଓ ମେଲକୁନ୍ଦେଲ ସମେତ ଚମ୍ପାଚୁଆଁ, ପୁଷ୍ଟିଗୁଡା ଆଦି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ରୋଗ ଏବେ ନିୟନ୍ତ୍ରଣ ହରାଇବାର ଆଶଙ୍କା କରାଯାଉଛି । ୨୦ରୁ ଅଧିକ ଆକ୍ରାନ୍ତ ଏବେ ମଧ୍ୟ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଇ ଚିକିତ୍ସିତ ହେଉଛନ୍ତି ।

- Advertisement -

ବର୍ତ୍ତମାନ ଥୁଆମୂଳ ରାମପୁର ବ୍ଲକ ଅଂଚଳରେ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ଥ ଭଳି ଜରୁରୀ ପରିସ୍ଥିତି ବେଳେ ସେଠାରେ ନିୟୋଜିତ ଆମ୍ବୁଲେନ୍ସ ଅଚଳ ଯୋଗୁଁ ରୋଗୀ ପରିବହନ ବ୍ୟାଘାତ ହେଉଛି । ଅନ୍ୟ୍ୟପଟେ ଅନେକ ଅଗମ୍ୟ ଅଂଚଳ ରହିଛି । ଏଭଳି ସ୍ଥିତିରେ ସୀମିତ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣ କରିବାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ ଝାଙ୍କ ସହ ଯୋଗାଯୋଗ କରାଯାଇଥିଲା ଝାଡା ବାନ୍ତି ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଘଟଣାକୁ ସ୍ୱୀକାର କରିଥିଲେ । ଅନ୍ୟପଟେ ଆମ୍ବୁଲେନ୍ସ ଅଚଳ ଯୋଗୁଁ ଜଣେ ବଲଙ୍ଗିକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ ଏକ ଗାଡି ପଠାଇବା ବେଳକୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଇ ସାରିଥିବା ସୂଚନା ଦେଇଥିଲେ ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରଞ୍ଜନ ମିତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା । ସ୍ୱାସ୍ଥ୍ୟ ସେବା ପାଇଁ କଲମପୁର,ଏମ.ଏଚ.ଟି ମାସାଧିକ କାଳ ନିୟୋଜିତ ହେଇଥିବା ବେଳେ ସୋମବାର ଠାରୁ ପୁଣି ଜୟପାଟଣାର  ଗୋଟିଏ ସ୍ୱାସ୍ଥ୍ୟ ଦଳ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅନ୍ୟ ଦୁଇଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଦଳକୁ ଥୁଆମୂଳ ରାମପୁର ଅଂଚଳରେ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବ କାରଣରୁ ଝରଣାର ଦୂଷିତ ପାଣି ବ୍ୟବହାର କରୁଥିବାରୁ ଏହି ରୋଗ ବ୍ୟାପୁଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମିତ୍ର ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories