www.samajalive.in
Sunday, December 14, 2025
17.1 C
Bhubaneswar

ସି.ଏଫ.ସି ଓ ଏସ.ଏଫ.ସି ଅନୁଦାନ ହଡପ ଅଭିଯୋଗ; ତଦନ୍ତ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

କଲମପୁର: ପୁଣି ଥୁଆମୂଳ ରାମପୁର ବ୍ଲକରେ ଜନ ଉନ୍ନୟନ କାର୍ଯ୍ୟ ନାଁରେ ଅର୍ଥ ହଡପର ଅଭିଯୋଗ । କାମ ନହୋଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପଞ୍ଚାୟତର କିଛି ଲୋକ । ବିଗତ ଦିନରେ ବଞ୍ଚିଥିବା ଲୋକକୁ ମୃତ ଦର୍ଶାଇ ଜାତୀୟ ପରିବାର ମଙ୍ଗଳ ଯୋଜନାର ଅର୍ଥ ହଡପ ଓ  ମନରେଗା ଯୋଜନାର ଅର୍ଥ ହଡପ ଭଳି ଘଟଣା ପାଇଁ ଚର୍ଚ୍ଚାରେ ଥିବା ଥୁଆମୁଳ ରାମପୁର ବ୍ଲକ ଏବେ ପୁଣି ସି.ଏଫ.ସି (କେନ୍ଦ୍ରୀୟ ଅନୁଦାନ) ଓ ଏସ.ଏଫ.ସି (ରାଜ୍ୟ ଅନୁଦାନ)ର ଅର୍ଥ ହଡପ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଏବେ ଥୁଆମୂଳ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ପୋଡାପଦର ପଞ୍ଚାୟତ । ଯାହା ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଅବସ୍ଥିତ । ଏହି ଜଳ ଭଣ୍ଡାର ମଧ୍ୟକୁ ଯିବାକୁ ହେଲେ ଦେଶୀ ଡଙ୍ଗା ହିଁ ଭରସା । ଯାହା ବିପଦପୂର୍ଣ୍ଣ । ଏଣୁ ଅନେକ ସମୟରେ କେହି ପ୍ରଶାସନିକ ଅଧିକାରୀ ଏହି ଅଂଚଳର ଜନ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସମ୍ଭବ ହେଇନଥାଏ । ତେଣୁ ଏହି ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜ ମନମୁତାବକ କାର୍ଯ୍ୟ ହେଇଥିବା ଦର୍ଶାଇ ଅର୍ଥ ହଡପ କରିଥିବା ପୋଡାପଦର ପଞ୍ଚାୟତର କିଛି ସଚେତନ ନାଗରୀକ ଭାରପ୍ରାପ୍ତ ବି.ଡି.ଓ ଭରତ କୁମାର ମେହେରଙ୍କୁ ସାକ୍ଷାତ କରିବା ସହ ଏହାର ତଦନ୍ତ ପାଇଁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

- Advertisement -

ଏହି ଅଭିଯୋଗ ମୁତାବକ ପଞ୍ଚାୟତ ପାଇଁ ଥିବା ସି.ଏଫ.ସି ଅନୁଦାନ ଓ ଏସ.ଏଫ.ସି ଅନୁଦାନରରୁ ଗତ ମାର୍ଚ୍ଚ ୨୦୨୨ରୁ ଏପ୍ରିଲ ୨୦୨୨ ମଧ୍ୟରେ ପ୍ରାୟ ୫ଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଉଠାଣ ହେଇଥିଲେ ମଧ୍ୟ ଏହି ଟଙ୍କା କେଉଁ ପ୍ରକଳ୍ପ ପାଇଁ ବିନିଯୋଗ ହେଇଛି ସେନେଇ କୌଣସି ସୂଚନା ନାହିଁ । ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ କରାଗଲେ ସଠିକ୍‌ ତଥ୍ୟ ଲୋକ ଲୋଚନକୁ ଆସିବ । ପଞ୍ଚାୟତବାସୀ ନ୍ୟାୟ ପାଇ ପାରିବେ ବୋଲି ଅଭିଯୋଗକାରୀ ମାନେ ସୂଚନା ଦେଇଛନ୍ତି । ଏନେଇ ଭାରପ୍ରାପ୍ତ ବି.ଡି.ଓ ଭରତ କୁମାର ମେହେରଙ୍କ ସହ ଯୋଗାଯୋଗ କରାଯାଇଥିଲା ।

ସେ ଏ ସମ୍ପର୍କିତ ଏକ ଅଭିଯୋଗ ପାଇଥିବା ସୂଚନା ଦେବା ସହ ଏହାର ଏକ ତଦନ୍ତ ପାଇଁ ଜିଲ୍ଲା ପଞ୍ଚାୟତି ରାଜ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି । ଏନେଇ ସମ୍ପୃକ୍ତ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ  ଚଂଚଳ ହରିଜନଙ୍କ ସହ ଯୋଗାଯୋଗ କରାଯାଇଥିଲା ଯାହା ଅଭିଯୋଗ ଆସିଛି ତାହା ଭିତ୍ତିହୀନ । ଏହି ଅନୁଦାନରୁ କିଛି କାର୍ଯ୍ୟହେଇ ସାରିଛି । କିଛି କାର୍ଯ୍ୟ ବାକେୟା ରହିଛି । ଯାହା ବର୍ତ୍ତମାନ ବର୍ଷା ଯୋଗୁଁ ଆବଶ୍ୟକ ସାମଗ୍ରୀ ଆସିନଥିବାରୁ କାମ ହେଇ ପାରିନାହିଁ ବୋଲି ସୂଚନା ଦେଇଛନ୍ତି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories