www.samajalive.in
Sunday, December 14, 2025
17.1 C
Bhubaneswar

ବେନିୟମ ମଦ କାରବାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହିଳାଙ୍କ ଦାବି ପତ୍ର ପ୍ରଦାନ

କଲମପୁର : ଦେଶୀ ଓ ବିଦେଶୀ ମଦର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ଅନେକ ପରିବାର। ନିଶାଡିଙ୍କ ପ୍ରଭାବ କାରଣରୁ ଅନେକ ପରିବାରରେ ଲାଗି ରହିଛି ଅଶାନ୍ତି। ବିଶେଷ କରି ମହିଳା ମାନେ ଅନେକ ସମୟରେ ନିଶାଡିଙ୍କ ଦୌରାତ୍ମ୍ୟର ଶିକାର ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ମଦ୍ୟପଙ୍କ ଦୌରାତ୍ମ ଦ୍ୱାରା ପ୍ରଭାବିତ ହେଉଛନ୍ତି କୋମଳମତି ଶିଶୁ। ଗାଁର ଜନବସତି ନିକଟରେ, ଶିକ୍ଷାନୁଷ୍ଠାନ ନିକଟରେ ଏପରିକି ଦେବାଳୟ ସମେତ ସର୍ବ ସାଧାରଣ ସ୍ଥାନ ମାନଙ୍କରେ ନିଶା କାରବାର ପାଇଁ ବାରଣ ଥିଲେ ମଧ୍ୟ କଲମପୁର ବ୍ଲକ ଅଧିନସ୍ଥ ପାଣିଗାଁ ସମେତ ଅନ୍ୟ ଗ୍ରାମ ଗୁଡିକରେ ଏହାର ଖୋଲା ଖୋଲି ଉଲଂଘନ କରାଯାଉଛି। ଯେତେବେଳେ କିଛି ଅଭିଯୋଗ ହେଉଛି ପୁଲିସ ଅଥବା ଅବକାରୀ ବିଭାଗ କାଁ ଭାଁ ଚଢାଉ କରି ନିଜର କର୍ତ୍ତବ୍ୟ ସମ୍ପାଦିତ କରୁଥିବା ଡିଣ୍ଡିମ ପିଟୁଛନ୍ତି। ପରବର୍ତ୍ତି ସମୟରେ ସେହି ନିଶା ବେପାରୀ ନିଜର ନିଶା ବେପାରକୁ ଆହୁରି ପ୍ରସାରିତ କରୁଛନ୍ତି। ନିଶା ବେପାରୀ ଖୋଲା ଖୋଲି ଭାବେ ଦିନ ରାତି ୨୪ ଘଣ୍ଟା ନିଜ ବେପାର ଜାରି ରଖୁଛନ୍ତି। ଯେଉଁଥିପାଇଁ ଚୋରି, ଡକାୟତି, ରାହାଜାନୀ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।
ବିଶେଷ କରି ଗରିବ, ଖଟିଖିଆ, ମଜୁରୀଆଙ୍କ ପରିବାର ସଦସ୍ୟ ମଦ ଭଳି ନିଶା ଦ୍ରବ୍ୟ ରିତିମତ ବ୍ୟବହାର କରୁଥିବାରୁ ସେମାନଙ୍କ ଆର୍ଥିକ ସମସ୍ୟା ଦେଖା ଦେଉଛି। ଅନେକ ସମୟରେ ଅବକାରୀ ଓ ପୁଲିସ ବିଭାଗ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସଫଳତା ପାଇବା ବଦଳରେ ବହୁ ମାତ୍ରରେ ବେନିୟମ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ କରି ପାଣିଗାଁ ମହିଳା ମାନଙ୍କ ତରଫରୁ ଏକ ଶୋଭାଯାତ୍ରାରେ ଗାଁରୁ ବାହାରି ବଡକୁଟୃ ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ। ସେଠାରେ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀଙ୍କୁ ମଦ ବନ୍ଦ ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories