୬ଜଣ ଯୁବକଙ୍କ ଅତର୍କିତ ଆକ୍ରମଣ, ଲହୁଲୁହାଣ ହେଲେ କସାବାହୀ ଗ୍ରାମର ଲିଙ୍ଗରାଜ
କଲମପୁର: ଗତ ବିଳମ୍ବିତ ରାତିରେ ଜୟପାଟଣା ଥାନା ଅଧିନସ୍ଥ କଲମପୁର ପୁଲିସ ଫାଣ୍ଡି ଅନ୍ତର୍ଗତ କସାବାହୀ ଗ୍ରାମରେ ଘଟିଛି ଏକ ଅଘଟଣ। କିଛି ଅଜଣା ଯୁବକଙ୍କ ମାଡରେ ଲହୁ ଲୁହାଣ ହେଇଛନ୍ତି କସାବାହୀ ଗ୍ରାମର ଯୁବକ ଲିଙ୍ଗରାଜ ଲହଜଲ।
ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ବରେ ଥିବା ଏକ ଜଙ୍ଗଲି ରାସ୍ତାରେ ନିଜ ଜମି ନିକଟରେ ଲିଙ୍ଗାରାଜ ଏକ କୁଡିଆ ଘର କରି ରହୁଛି। ଜମିରେ କାମ କରିବା ସହ ବିଶ୍ରାମ ମଧ୍ୟ ସେହି ଘରେ ନେଇଥାଏ। ରାତିରେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ରହିଥାନ୍ତି। ଗତ ସୋମବାର ବିଳମ୍ବିତ ରାତିରେ ବାପା ସହଦେବ ଗାଁକୁ ଆସି ନିଜେ ଖାଇବା ପରେ ପୁଅ ପାଇଁ ଖାଇବା ନେଇ ଯିବା ବେଳକୁ ଲିଙ୍ଗରାଜକୁ କେହି ଆକ୍ରମଣ କରି ଲହୁଲୁହାଣ କରିଥିବା ଦେଖିଥିଲେ। ଲିଙ୍ଗରାଜଙ୍କ କହିବା ଅନୁଯାୟୀ ପ୍ରାୟ ୬ ଜଣ ଯୁବକ ରାତିରେ ଲିଙ୍ଗରାଜକୁ ପାଣି ମାଗିଥିଲେ। ଲିଙ୍ଗରାଜ ପାଣି ଦେବା ପରେ ପୁଣି ପାଣି ମାଗିଥିଲେ। ଏହି ପାଣି ମାଗିବା ମଧ୍ୟରେ ଲିଙ୍ଗାରାଜ ଓ ସମ୍ପୃକ୍ତ ଯୁବକମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହେଇଥିଲା। ଏଥିରେ ରାଗିଯାଇ ସେମାନେ ଲିଙ୍ଗାରାଜକୁ ଲହୁଲୁହାଣ କରି ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲିଙ୍ଗରାଜଙ୍କୁ ଏକ ଆମ୍ବୁଲେନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ସବୁ ଘଟଣା ପରେ ଅଞ୍ଚଳରେ ଅଧିକ ଆତଙ୍କିତ ହେଉଛନ୍ତି ଲୋକେ। ସେହି ଯୁବକମାନେ କିଏ ଓ କାହିଁକି ଲିଙ୍ଗାରାଜଙ୍କ ଆକ୍ରମଣ କରିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।
Comments are closed.