୬୩୩.୫୦ ମିଟରରେ ପହଞ୍ଚିିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର

କଲମପୁର : ଇନ୍ଦ୍ରାବତୀ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ହେବାଫଳରେ ନିମ୍ନଗାମୀ ହୋଇଥିବା ଜଳସ୍ତର ଏବେ ବୃଦ୍ଧି ପାଉଛି। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବନିମ୍ନ ଜଳସ୍ତର ୬୨୫ ମିଟର ରହିଥିବା ବେଳେ ସର୍ବୋଚ୍ଚ ୬୪୨ ମିଟର ରହିଛି। ଗତ ବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ୬୩୪.୬୪ରେ ଥିଲା କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ଗତ ବର୍ଷ ଅପେକ୍ଷା ପ୍ରାୟ ୧.୧୪ ମିଟର ତଳେ ଅର୍ଥାତ୍‍ ୬୩୩.୫୦ ମିଟରରେ ଇନ୍ଦ୍ରାବତୀର ଜଳସ୍ତର ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ଜଳ ବିଦ୍ୟୁତ୍‍ ଉତ୍ପାଦନକୁ ଦୃଷ୍ଟି ଦେଲେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପରୁ ୪ ଗୋଟି ୟୁନିଟ ମାଧ୍ୟମରେ ସର୍ବାଧିକ ୧୬୬.୫୮୩୦ ମେଗାୱାଟ ବିଦ୍ୟୁତ୍‍ ଉତ୍ପାଦିତ କରାଯାଇଥିବା ରେକର୍ଡ କରାଯାଇଛି। ଏଥିପାଇଁ ୪୨.୩୪୦୬୭ କ୍ୟୁମେକ୍ସ ଜଳ ବ୍ୟବହାର କରାଯାଇଛି। ଏହି ଜଳ ଏବେ ମଙ୍ଗଳପୁର ହାତୀ ବ୍ୟାରେଜରେ ସଂରକ୍ଷିତ କରାଯାଇଛି। ଯାହା ଜଳ ସେଚନ ପାଇଁ ବିନିଯୋଗ କରାଯାଇ ପାରିବ। ଆଗାମୀ ସପ୍ତାହରେ ପୁଣି ବର୍ଷା ହେବାର ଆଶଙ୍କା ରହିଥିବାରୁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ଆଶା କରାଯାଉଛି।

kalyan agarbati

Comments are closed.