ହେଲିକପ୍ଟରରୁ ଟଙ୍କା ପଡିବା ଗୁଜବ ଘଟଣା; ଧମକ ଦେଇ ଜେଲଗଲା ଅଭିଯୁକ୍ତ

କଲମପୁର: ହେଲିକପ୍ଟରରୁ ପଡିଲା ୩ ବସ୍ତା ଟଙ୍କା ଯାହାକୁ ଉଠାଇ ନେଲା ଜଣେ ବ୍ୟକ୍ତି । ଏଭଳି ଗୁଜବ ଘଟଣା ଘଟିଥିଲା ଗତ ୨୦୧୯ ମସିହାରେ । ଏଭଳି ଗୁଜବକୁ ନେଇ ତକ୍ରାଳୀନ ଥୁଆମୂଳ ରାମପୁର ଭାରପ୍ରାପ୍ତ ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଘଟଣାର ତଦନ୍ତ କରିବା ସହ ଏହା ଗୁଜବ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ଏହି ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜନୈକ ବ୍ୟକ୍ତି ତାଙ୍କ ପରିବାର ସହ ଜୀବନରେ ମାରି ଦେବା ଧମକ ଦେଇ ଏବେ ପୁଲିସ ଦ୍ୱାରା ଗିରଫ ହେଇ ଜେଲ ଯିବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ କାଣିଗୁମା ଗ୍ରାମରେ ୨୦୧୯ ମସିହାରେ ଏକ ହେଲିକପ୍ଟରରୁ ୩ ବସ୍ତା ଟଙ୍କା ପଡିବା ଓ ଏହାକୁ ଭଗବାନ ବିଶି ନାମକ ଯୁବକ ଉଠାଇ ନେଇଥିଲେ । ଏଭଳି ଗୁଜବକୁ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲେ । କିନ୍ତୁ ଘଟଣାର କୌଣସି ସତ୍ୟତା ନଥିବା ପୁଲିସ ଅଧିକାରୀ ସ୍ପଷ୍ଟ କରିଥିଲେ । କିନ୍ତୁ ଏହି କଥାକୁ ବିଶ୍ୱାସ କରିନଥିଲେ ସେହି ଗାଁର କ୍ଷମା ନାଏକ ନାମକ ଯୁବକ । ତେଣୁ ବାରମ୍ବାର ଭଗବାନ ନିକଟରେ ଟାଙ୍କା ଦାବି କରୁଥିଲା । ଏପରିକି ଅନେକ ସମୟରେ ଧମକ ଦେଉଥିଲା ।

prayash

ତାର ଧମକ ଏବଂ ଗଣ୍ଡଗୋଳରେ ଅତିଷ୍ଟ ହେଇ ଭଗବାନ ପରିବାର ସହ ଗାଁ ଛାଡି ଥୁଆମୂଳ ଠାରେ ରହି ଆସୁଥିଲା । ନିକଟରେ ପୁଣି ଫୋନ ମାଧ୍ୟମରେ ମା’ ଭଗବାନକୁ ଧମକ ଦେବା ସହ ବହୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ୧୫ ତାରିଖ ସୁଦ୍ଧା ୫୦ ଲକ୍ଷ ଟଙ୍କା ନଦେଲେ ଭଗବାନ ଏବଂ ତାର ପରିବାର ଲୋକଙ୍କୁ ଜୀବନରେ ମାରି ଦେବାର ଧମକ ଦେଇଥିଲା । ଭଗବାନ ଉକ୍ତ ଧମକକୁ ନିଜ ଫୋନରେ ରେକର୍ଡ କରିବା ସହ ଥୁଆମୂଳ ସରପଂଚ ବଳଭଦ୍ର ଜାନୀଙ୍କ ଦ୍ୱାରସ୍ଥ ହେଇ ସହଯୋଗ କାମନା କରିଥିଲା ।

ସରପଂଚ ଶ୍ରୀ ଜାନୀ ଥାନାରେ ଏନେଇ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ପୁଲିସ ଥାନାରେ ଏ ସମ୍ବନ୍ଧରେ ଅଭିଯୋଗ କରିବା ପରେ ତୁରନ୍ତ କ୍ଷମା ନାଏକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସୁଚନା ଯୋଗ୍ୟଯେ, ଗତ ୨୦୧୩ ମସିହାରେ ଆନ୍ଧ୍ର ପ୍ରଦେଶର ଜନୈକ ବ୍ୟବସାୟୀଙ୍କ ହତ୍ୟା ଅଭିଯୋଗରେ କ୍ଷମା ଜେଲ ଯାଇଥିଲା ।

kalyan agarbati

Comments are closed.