www.samajalive.in
Friday, December 12, 2025
14.1 C
Bhubaneswar

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦାବି ନେଇ ରାସ୍ତାରୋକ

କଲମପୁର: ମଙ୍ଗଳବାର ସଂଧ୍ୟାରେ କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର ମଣ୍ଡଳ ଧାନ ମଣ୍ଡି ନିକଟରେ ଗୋଟିଏ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଚାଳକ ମଣ୍ଡଲ ଗ୍ରାମର ସୀତାକାନ୍ତ ଶବରଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ସକାଳେ ଜୟପାଟଣା ଠାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ମୃତକର ପରିବାର, ସମ୍ପର୍କୀୟ ଗ୍ରାମବାସୀଙ୍କ ସହଯୋଗରେ ଦୁର୍ଘଟଣା ସ୍ଥଳରେ କ୍ଷତିପୁରଣ ଦାବି କରି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ତାଙ୍କର ଦାବି ଥିଲା ମୃତକ ପରିବାରକୁ ଆର୍ଥିକ ସହାୟତା ସହ ଧକ୍କା ଦେଇ ଫେରାର ମାରିଥିବା ଟ୍ରାକ୍ଟରର ଚିହ୍ନଟ। ଅସନ୍ତୁଷ୍ଟ ଲୋକ ଶବ ବାହକ ଯାନକୁ ମଧ୍ୟ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ। ଶେଷରେ କିଛି ଲୋକଙ୍କ ମଧ୍ୟସ୍ତତାରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଟି ନୁଆଗାଁର ମହେନ୍ଦ୍ର ଯୋଷୀଙ୍କ ବୋଲି ଚିହ୍ନଟ କରାଯାଇଥିଲା। ପୁଲିସ ଗାଡିକୁ ଜବତ କରିଥିଲେ।

ପୁଲିସ ଆନ୍ଦୋଳନ ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ମଧ୍ୟ ଲୋକେ କ୍ଷତିପୁରଣ ପାଇଁ ଦାବି କରିଥିଲେ। ଶେଷରେ ଟ୍ରାକ୍ଟର ମାଲିକଙ୍କ ତରଫରୁ ଦେଢ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ବୀମାକରଣ ରାଶି ସହାୟତା ଭାବେ ମୃତକର ପରିବାରକୁ ଦିଆଯିବା ନେଇ ନିଷ୍ପତି ହେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଥିଲା।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories