www.samajalive.in
Sunday, December 7, 2025
23.1 C
Bhubaneswar

କୂଅ ସଫେଇ ହେଲା କାଳ; ଜଣେ ମୃତ ,ଜଣେ ଗୁରୁତର

କଲମପୁର : ପରୁଆଗୁଡା କଲୋନୀପଡା ଠାରେ ଜନୈକ ବ୍ୟକ୍ତିଙ୍କ କୂଅ ସଫେଇ କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । କୂଅ ସଫେଇ କରିବାକୁ ଯାଇଥିବା  ୨ ଜଣ  କିଛି ସମୟ ପରେ ଅଣ ନିଶ୍ୱାସୀ ହୋଇ  ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ପରୁଆଗୁଡା କଲୋନୀପଡାର ସଦାଶିବ ମାଝୀ ୪୭ ବର୍ଷ ନିଜର ୩ ଫୁଟ ଓସାର ୨୪ ଫୁଟ ଗଭିର ନନ୍ଦ କୂଅକୁ ସଫେଇ କରୁଥିଲେ । କିଛି ସମୟ ପରେ ସେ ଅଣନିଶ୍ୱାସୀ ହେଇ ପଡିଥିଲେ । ଏହା ଦେଖି କୂଅ ଉପରେ ଥିବା ତାଙ୍କର ଜ୍ୱାଇଁ ଜୁନାଗଡ ବ୍ଲକ ଅଧିନସ୍ଥ ରାଜପୁର ନିକଟସ୍ଥ କନକପୁର ଗ୍ରାମର ଶାନ୍ତାନୁ ମଶ୍ରା ମଧ୍ୟ କୂଅ ଭିତରକୁ ପଶିଥିଲେ । ଶେଷରେ ଉଭୟ ଅଣନିଶ୍ୱାସୀ ହେଇ କୂଅ ଭିତରେ ରହିଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ତୁରନ୍ତ ପରିବାର ଲୋକ କଲମପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଂଚିଲା ବେଳକୁ ଗ୍ରାମବାସୀଙ୍କ  ଉଦ୍ୟମ କ୍ରମେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବାହିନୀ ଓ ଆମ୍ବୁଲେନ୍ସ ସହାୟତାରେ ସେମାନଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସଦଶିବଙ୍କ ମୃତ୍ୟୁ ହେଇଥିବା ବେଳେ ଶାନ୍ତାନୁଙ୍କ ଅବସ୍ଥା ଗୁରୁତର ଦୃଷ୍ଟିରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସଦାଶିବଙ୍କ ମୃତ୍ୟୁ ନେଇ କଲମପୁର ପୁଲିସ ଫାଣ୍ଡି ସୂଚନା ପାଇବା ପରେ ଚିକିତ୍ସାଳୟରେ ପୁଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories