www.samajalive.in
Tuesday, December 9, 2025
26.1 C
Bhubaneswar

କଲମପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କଲମପୁର : କଲମପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଯାଇଛି ଏକ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି।ଓଡିଶାବାସୀଙ୍କ ବିକାଶ ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ ବୋଲି କଲମପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ଅବସରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। କଲମପୁର ବ୍ଲକ ଅଧିନସ୍ତ ବିଜମରା ପଞ୍ଚାୟତର ଦୁଲକିବନ୍ଧ ଠାରୁ ଆରମ୍ଭ ହେଇଥିବା ଏହି ପଦଯାତ୍ରା ପିପଲଝାପର, ବିଜମରା, ପାଣିଗାଁ ଦେଇ ଡୁମେରମୁଣ୍ଡା ଠାରେ ପହଞ୍ଚିଥିଲା। ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇ ଉପସ୍ଥିତ ଲୋକଙ୍କୁ କେନ୍ଦ୍ର ସରକାର ତୈଳଜାତ ପେଟ୍ରୋଲ ଡିଜେଲ ଉପରେ ଦର ନିୟନ୍ତ୍ରଣ କରିବାରେ ବିଫଳ ହେଇଥିବାରୁ ଦିନକୁ ଦିନ ଦରଦାମ ବୃଦ୍ଧି ଘଟି ସାଧରଣ ଖାଉଟି ଉପରେ ତାର ପ୍ରଭାବ ପଡୁଥିବା ବୁଝାଇଥିଲେ। ଏହାସହ କେନ୍ଦ୍ର ସରକାରଙ୍କ ଅସହଯୋଗ କାରଣରୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବା ବେଳେ ରାଜ୍ୟ ନବୀନ ପଟ୍ଟନାୟକ ନେତୃତ୍ୱାଧିନ ରାଜ୍ୟ ସରକାର ସମସ୍ତ ପ୍ରକାର ଜନ ହିତକର କାର୍ଯ୍ୟ କରୁଥିବା ଓ ସେ ସମସ୍ତ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ। ବ୍ଲକ ସଭାପତି ପ୍ରଦୀପ କୁମାର ବେହେରା, ଜୋନ ୧ ସଭାପତି ସଦାନନ୍ଦ ଚନ୍ଦନ, ସନାତନ ପାଣ୍ଡେ, ଅନୁସୂଚିତ ବର୍ଗ ନେତା ଚେରୁ ନାଏକ, ବ୍ରଜ ମୋହନ ଠାକୁର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନୀ, ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ପଦଯାତ୍ରାରେ ସାମିଲ ହେଇଥିଲେ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories