www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଯୋଦ୍ଧା ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତିଙ୍କ ଚିକିତ୍ସାରେ ସୁସ୍ଥ ହେଲେ ୧୧ କରୋନା ରୋଗୀ

କଲମପୁର : ଲାଗି ରହିଛି କରୋନା ଭୁତାଣୁ ସଂକ୍ରମଣର ଭୟ। ଏହାକୁ ରୋକିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁମୋଦନ କ୍ରମେ କଳାହାଣ୍ଡି ଜିଲା ଭବାନିପାଟଣା ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରତିଷ୍ଠା ହୋଇଛି ଅସ୍ଥାୟୀ କରୋନା ଚିକିତ୍ସା କେନ୍ଦ୍ର। ପ୍ରବାସୀ ଓଡିଆ ଫେରିବା ପରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ କିଛି ଦିନ ତଳେ ଲାଞ୍ଜିଗଡ ବ୍ଲକ ଓ ସଦର ବ୍ଲକ ଅଞ୍ଚଳର କିଛି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଭାବେ ଥିବା ପ୍ରବାସୀଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାବ ଟେଷ୍ଟରେ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ କୋଭିଡ-୧୯ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସଫଳ ଚିକିତ୍ସା କରିବା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ କରାଯାଇଥିଲା। ଡାକ୍ତର ମହାନ୍ତି ଦୀର୍ଘ ୧୫ ଦିନ ଧରି ସଙ୍ଗରୋଧ ଭାବେ ରହି ସଂକ୍ରମିତଙ୍କ ଚିକିତ୍ସା କରିଥିଲେ। ଯାହା ଫଳରେ ୧୧ ଜଣ ସଂକ୍ରମିତ ସଠିକ୍‍ ସେବା ପାଇବା ପରେ ପରବର୍ତ୍ତି ସମୟରେ ସେମାନଙ୍କ ସଂକ୍ରମଣ ନେଗେଟିଭ ଆସିଥିଲା ଓ ସେମାନଙ୍କୁ ଚିକିତ୍ସା କେନ୍ଦ୍ରରୁ ଘରକୁ ପଠାଇ ଦିଆଯାଇଥିଲା। ଏହାସହ ଡାକ୍ତର ମହାନ୍ତିଙ୍କର ମଧ୍ୟ ସ୍ୱାବ ଟେଷ୍ଟ କରାଯାଇଥିଲା, ଯାହା ନେଗେଟିଭ ଆସିବା ପରେ ତାଙ୍କୁ ନିଜ କାର୍ଯ୍ୟସ୍ଥଳକୁ ପଠାଇ ଦିଆଯାଇଛି। ଡାକ୍ତର ମହାନ୍ତି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଓ କଲମପୁର ଅଞ୍ଚଳର ବରିଷ୍ଠ ବ୍ୟକ୍ତି ତଥା ବୁଦ୍ଧିଜିବୀମାନଙ୍କ ତରଫରୁ କରୋନା ଯୋଦ୍ଧା ଡାକ୍ତର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଡାକ୍ତର ସମ୍ବିତ ମହାନ୍ତି, ଡାକ୍ତର ଅମୀୟ ଜଗଦଲା, ଡାକ୍ତର ଅମୂଲ୍ୟ କୁମାର ବେହେରା, ଫାର୍ମାସିଷ୍ଟ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ହେମନ୍ତ ଶଗଡିଆଙ୍କ ସମେତ ବହୁ କର୍ମଚାରୀ ଉପସ୍ତିତ ରହି ଡାକ୍ତର ମହାନ୍ତିଙ୍କୁ ପୂଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡାକ୍ତର ମହାନ୍ତି ନିଜ ସେବା ପାଇଁ ସେ ଖୁସି ଥିବା ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖିଥିଲେ। ଏହି ସମ୍ବର୍ଦ୍ଧନା ସମୟରେ କଲମପୁର ଅଂଚଳରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀ, ଏ.ଏନ.ଏମମାନେ ଉପସ୍ଥିତ ରହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories