୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବଡକୁଟୁ ଛକ ରାମନଗର ଠାରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ବଡକୁଟୃ ଛକ ରାମନଗର ଠାରେ ରହୁଥିବା ଆନ୍ଧ୍ର ପ୍ରଦେଶୀ ଚାଷୀ ଏମ୍. ସତ୍ୟ ନାରାୟଣଙ୍କ(୨୭) ପୁଅ ଏମ୍. ଶ୍ୟାମ କୁମାର ସୋମବାର ସକାଳ ୮ଟା ବେଳେ ଦୁଲକିବନ୍ଧ କନ୍ୟାଶ୍ରମ ନିକଟରେ ଥିବା ନିଜ ଚାଷ ଜମିକୁ ଘାସ ବାଛିବା ପାଇଁ କିଛି ଶ୍ରମିକଙ୍କୁ ନେଇ ଯାଉଥିଲେ। ଏହି ସମୟରେ ବଡକୁଟୃ ବିଦ୍ୟୁତ୍ଷ୍ଟ୍ରକ୍ଚରରୁ କନ୍ୟା ଆଶ୍ରମକୁ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ସଂଯୋଗ ହେଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହିଁ ଶ୍ୟାମ କୁମାରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଜୟପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ମୃତକର ଶବ ଉଦ୍ଧାର କରାଯାଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ପରେ ଶବକୁ ରାସ୍ତା ଉପରେ ରଖି ନିଆଁ ଲଗାଇ ରାସ୍ତା ଅବରୋଧ କରାଯାଇଥିଲା।