କଳାହାଣ୍ଡି ବିଶ୍ଵବିଦ୍ୟାଳୟର +୩ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ଘୋଷଣା; ପାସ୍ ହାର ୬୧%

ଭବାନୀପାଟଣା: କଳାହାଣ୍ଡି ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇବା ପରେ ପ୍ରଥମ କରି +୩(ୟୁଜି) ବିଜ୍ଞାନ, କଳା ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୬୧ ପ୍ରତିଶତ ରହିଛି। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତା.୦୧.୦୯.୨୦୨୦ ରିଖରେ ପ୍ରତିଷ୍ଠା ହୋଇଥିଲା । ଏହି ବିଶ୍ଵବିଦ୍ୟାଳୟ ଅଧିନରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୪୯ ଟି କଲେଜ ଅନ୍ତର୍ଭୁକ୍ତ। ଉକ୍ତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ୩ ବିଜ୍ଞାନ, କଳା ଓ ବାଣିଜ୍ୟରେ ନାମ ଲେଖାଇଥିଲେ, ସେମାନଙ୍କର ପରୀକ୍ଷା ଫଳ ଆଜି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିସରରେ କୁଳପତି ଡ. ସଞ୍ଜୟ ଶତପଥିଙ୍କ ଦ୍ଵାରା ଘୋଷଣା କରାଯାଇଛି । ଏହି ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ୪୯ କଲେଜର କଳା ବିଭାଗରେ ୨୫୬୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୪୫୫ ଜଣ(୫୬.୭୯ ପ୍ରତିଶତ) ପାସ୍‌ କରିଛନ୍ତି ।

ସେହିପରି ବାଣିଜ୍ୟରେ ୨୪୬ ଜଣ ପରୀକ୍ଷା ଦେଇଥିଲେ, ସେଥି ମଧ୍ୟରେ ୧୮୯ ଜଣ (୭୬.୮୨ ପ୍ରତିଶତ) ପାସ୍ କରିଛନ୍ତି । ବିଜ୍ଞାନ ବିଭାଗରେ ୧୪୦୪ ଜଣ ପରୀକ୍ଷା ଦେଇଥିଲେ, ସେଥିରୁ ୯୫୦ ଜଣ (୬୭.୬୬ ପ୍ରତିଶତ) ପାସ୍ କରିଛନ୍ତି । କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଛାତ୍ର ଲଳିତ ପୋଢ ବିଶ୍ଵବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେହିପରି ଅର୍ଥନୀତି ବିଭାଗରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରତିଶା ପଣ୍ଡା, ଆକାଉଣ୍ଟିଂରେ ଅଂଶିତା ପଟ୍ଟନାୟକ ଟପ୍ପର ହୋଇଛନ୍ତି। ଅପରପକ୍ଷେ, କୋର୍‌ ୱାଇଜ୍ କଳା ବିଭାଗରେ ଆନ୍ଥ୍ରୋପୋଲୋଜି ବିଭାଗରେ ବର୍ଷାରାଣୀ ସାହୁ(କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ପଦାର୍ଥ ବିଜ୍ଞାନରେ ପ୍ରତିଶା ପଣ୍ଡା (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ଏଜୁକେସନ୍‌ରେ ଅପର୍ଣ୍ଣା ରାଉତ (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ଇଂରାଜୀ ବିଭାଗରେ ଆଶୀର୍ବାଦ ପଣ୍ଡା (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ଭୁଗୋଳ ବିଭାଗରେ ମୁସ୍‌କାନ୍ ଖାସମା (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ହିନ୍ଦୀ ବିଭାଗରେ କୁଏଲରାମ ପାଣ୍ଡେ (ଶ୍ରୀ ସାଇ ଡିଗ୍ରୀ କଲେଜ, କୁରୁମ୍‌ପୁରୀ), ଇତିହାସରେ ଆଶିଷ କୁମାର ସାହୁ (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ଗୃହ ବିଜ୍ଞାନରେ ପ୍ରତିଭା ଲହଜାଲ (ଧର୍ମଗଡ ଡିଗ୍ରୀ ମହିଳା କଲେଜ), ଓଡିଶାରେ ଲିପ୍‌ସା ନାଏକ (ସିନାପାଲି ଡିଗ୍ରୀ କଲେଜ), ଫିଲୋସୋଫି ଖୁସିଲି ସାହୁ (ନ୍ୟାସ୍‌ନାଲ ଡିଗ୍ରୀ କଲେଜ, ନୂଆପଡା), ରାଜନୀତି ବିଜ୍ଞାନ ଗୁପ୍ତେଶ୍ଵର ସାହୁ (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ସଂସ୍କୃତ ରେ ତ୍ରୀନାଥ ହଂସ ( କଳାହାଣ୍ଡି ବିଶ୍ଵବିଦ୍ୟାଳୟ) ଏବଂ ସୋସିଓଲୋଜିରେ ଜ୍ୟୋତ୍ସ୍ନାମୟୀ ନାଗ (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ବାଣିଜ୍ୟ ବିଭାଗର ଆକାଉଣ୍ଟିଂରେ ଅଂଶିତା ପଟ୍ଟନାୟକ (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ବିଜ୍ଞାନ ବିଭାଗରେ ଉଦ୍ଭିଦ ବିଜ୍ଞାନରେ ସୁପ୍ରିୟା ପୁରୋହିତ(ପ୍ରଗତି ଡିଗ୍ରୀ କଲେଜ, ଭବାନୀପାଟଣା), ରାସାୟନ ବିଜ୍ଞାନରେ ସୌମ୍ୟରଞ୍ଜନ ସାହୁ(ପ୍ରଗତି ଡିଗ୍ରୀ କଲେଜ, ଭବାନୀପାଟଣା), କମ୍ପ୍ୟୁଟର ସାଇନ୍ସରେ ନେହା ମିଶ୍ର(ପ୍ରଗତି ଡିଗ୍ରୀ କଲେଜ, ଭବାନୀପାଟଣା), ଗଣିତରେ ରାଜୁ ଦୀପ(କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ପଦାର୍ଥ ବିଜ୍ଞାନରେ ଲଳିତ ପୋଢ(କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ପ୍ରାଣୀ ବିଜ୍ଞାନ ଚନ୍ଦ୍ର ସାଗର ଦଣ୍ଡସେନା (କଳାହାଣ୍ଡି ବିଶ୍ଵବିଦ୍ୟାଳୟ) ଟପ୍ପର ହୋଇଇଛନ୍ତି। ବିବିଏ ଏବଂ ବିସିଏ ଫାଇନାଲ ପରୀକ୍ଷାରେ ବିବିଏରେ ମୋଟ ୩୭ ଜଣ ପରୀକ୍ଷା ଦେଇଥିବା ବେଳେ ୩୨ ଜଣ (୮୬.୪୮ ପ୍ରତିଶତ) ଏବଂ ବିସିଏ ରେ ୧୦୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୦୧ ଜଣ (୭୧.୬୩ ପ୍ରତିଶତ) ପାସ୍‌ କରିଛନ୍ତି । ସେଥିରୁ ବିବିଏ ବିଷୟରେ ପ୍ରତିକ୍ଷା ପଣ୍ଡା (କଳାହାଣ୍ଡି ବିଶ୍ଵବିଦ୍ୟାଳୟ), ବିସିଏରେ ଆରମ୍ୟ ଯୋଷୀ (ସରସ୍ଵତୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ, ଭବାନୀପାଟଣା) ଏବଂ ବିସିଏରେ ସ୍ନିଗ୍ଧା ପଟ୍ଟନାୟକ(ସରସ୍ଵତୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ, ଭବାନୀପାଟଣା) ଟପ୍ପର ହୋଇଛନ୍ତି । ଏହି ପରୀକ୍ଷା ଫଳ ପ୍ରକାଶିିତ ହେବା ସମୟରେ ସିଣ୍ଡିକେଟର ସଦସ୍ୟ ଡ. ରାଜଚନ୍ଦ୍ର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ, ସିପିଜିସି ଡ. ଜୟଦେବ ସାହୁ, ଓଏସ୍‌ଡି ଡ. କୌଳାଶ ଚନ୍ଦ୍ର ଦାସ ସମେତ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ପ୍ରଫେସର ଓ ପରୀକ୍ଷା ନିୟନ୍ତ୍ରକ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ପରୀକ୍ଷା ଫଳ ପ୍ରକାଶ କରିବା ପରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି କହିଛନ୍ତି ଯେ, ଏହି ବିଶ୍ଵବିଦ୍ୟାଳୟ ଆରମ୍ଭ ହେବା ପରେ ଏହା ପ୍ରଥମ ୟୁଜି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପ୍ରଥମ ବର୍ଷ ଯେଉଁ ପିଲା ପିଲାମାନେ ପରୀକ୍ଷା ଦେଇଥିଲେ ବହୁ କଷ୍ଟ ସହି ପାଠ ପଢିବା ସହିତ ପରୀକ୍ଷା ଦେଇଛନ୍ତି ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ବହୁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଏହି (ୟୁଜି) +୩ ବିଜ୍ଞାମ, କଳା, ବାଣିଜ୍ୟ ବିଭାଗ ପରୀକ୍ଷାରେ ଯେଉଁ ପିଲା ମାନେ ପାସ୍‌ କରିଛନ୍ତି ସେମାନଙ୍କ ସାର୍ଟିଫିକେଟ୍‌ରେ ପ୍ରଥମକରି ବିଶ୍ଵବିଦ୍ୟାଳୟର ସିଲ୍ ଲାଗିଥିବା ସେମାନଙ୍କ ପାଇଁ ବଡ ଗୌରବର ବିଷୟ । ଆଗାମୀ ଦିନରେ ଏହି ପାସ୍ କରିଥିବା ପିଲାମାନେ ଆହୁରି ଆଗକୁ ଆଗକୁ ସଫଳତାର ପାହାଚ ଚଢିବେ ବୋଲି ପ୍ରକାଶ କରିବା ସହିତ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦ ଜଣାଇଥିଲେ ।

Comments are closed.