www.samajalive.in
Wednesday, December 10, 2025
26.1 C
Bhubaneswar

ବିଶ୍ଵନାଥପୁର ରେଞ୍ଜ ପକ୍ଷରୁ ବ୍ଲକସ୍ତରୀୟ ୭୪ତମ ବନମହୋତ୍ସବ ପାଳନ

ଲାଞ୍ଜିଗଡ଼: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି। ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ। ବୃକ୍ଷ ଲତା ବିନା ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ। ତେଣୁ ବୃକ୍ଷ ଲତାର ରକ୍ଷଣାବେକ୍ଷଣ ସହ ଯତ୍ନ ନେବା ପାଇଁ ଭାରତ ସରକାର ୧୯୫୦ ମସିହାଠାରୁ ପ୍ରତିବର୍ଷ ଜାତୀୟସ୍ତରରେ ବନମହୋତ୍ସବ ପ୍ରବର୍ତ୍ତନ କରିଛନ୍ତି। ସେହିଦିନଠାରୁ ପ୍ରତି ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନମହୋତ୍ସବ ପାଳନ କରାଯାଇଥାଏ। ଆଜି ଏହି ଅବସରରେ ବିଶ୍ଵନାଥପୁର ରେଞ୍ଜ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟଠାରେ ଭାରତ ସରକାର ଓ ଦକ୍ଷିଣ ବନଖଣ୍ଡ ଅଧିକାରୀ କଳାହାଣ୍ଡିଙ୍କ ନିର୍ଦ୍ଦେଶକ୍ରମେ ବିଶ୍ଵନାଥପୁର ବନପାଳ ନରୋତ୍ତମ ମାଝୀଙ୍କ ତତ୍ତ୍ଵାବଧାନରେ ବ୍ଲକସ୍ତରୀୟ ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ଏଥିରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲିକ, ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ, ଫରେଷ୍ଟର ଗାର୍ଡ ଦେବରାଜ ସୁନାନୀ, ଜାହ୍ନବୀ ମୁଣ୍ଡା, ହୃଷୀକେଶ ପୁଟେଲ, ବିଜେଡି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ପିଇଡଲ୍ୟୁ ମିଡ଼ିଆ ଆସୋସିଏସନ୍ ବରିଷ୍ଠ ଉପଦେଷ୍ଟା ବି. ତିରୁପତି ପାତ୍ର, ସମ୍ପାଦକ ଗୋପାଳ ଦାସ ମହାନନ୍ଦ ପ୍ରମୁଖ ସଚେତନତା ଶିବିର ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ଓ ଗଛ ଉପକାରୀତା ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନ ଉପସ୍ଥିତ ଥିଲେ। ଉକ୍ତ ସଭାକୁ ଆମ ଜଙ୍ଗଲ ଯୋଜନା ଟିମ ଲିଡର ନିରାକାର ଦାସ ପରିଚାଳନା କରିଥିଲାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଦେବରାଜ ସୂନନୀ। ପରେ ସ୍କୁଲ ପରିସରରେ ଅଁଳା, କାଜୁ, ପିସ୍ତା ବାଦାମ, ଚନ୍ଦନ ଗଛ ଭଲି ଅନେକ ମୂଲ୍ୟବାନ ଗଛ ଲଗାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories