www.samajalive.in
Sunday, December 7, 2025
26.1 C
Bhubaneswar

ମତ୍ସ୍ୟ ମହାବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ

ନୂଆଦିଲ୍ଲୀ : ନୂଆପଡ଼ା ଜିଲାରେ ମତ୍ସ୍ୟ ଗବେଷଣା ମହାବିଦ୍ୟାଳୟ ଖୋଲିବାକୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି। ସାକ୍ଷାତ ବେଳେ ସାଂସଦ ଶ୍ରୀ ପଣ୍ଡା ଦର୍ଶାଇଥିଲେ ଯେ ନୂଆପଡ଼ା ଜିଲା ତିଖାଲି ଠାରେ ଇନ୍ଦ୍ର ନଦୀ ଉପରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ହିଁ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ଜଳ ପ୍ରକଳ୍ପ ନିର୍ମାଣ ସରିବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ଅନ୍ୟତ୍ର ସ୍ଥାନାନ୍ତର ହୋଇଛି। ଫଳରେ ସେମାନଙ୍କ ରହଣି ପାଇଁ ନିର୍ମିତ ଘରଗୁଡ଼ିକ ଅବ୍ୟବହୃତ ହୋଇ ପଡ଼ି ରହିଛି। ଅବ୍ୟବହୃତ ଭିତ୍ତିଭୂମିର ସୁବିନିଯୋଗ ଲାଗି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଫିସରିଜ କଲଚର କଲେଜ ସ୍ଥାପନ ପାଇଁ ସାଂସଦ ଶ୍ରୀ ପଣ୍ଡା ପ୍ରସ୍ତାବ ଦେଇଥିଲେ। ଏହାଦ୍ୱାରା ନୂଆପଡ଼ା ଭଳି ଆକାଂକ୍ଷା ଜିଲାରେ ରୋଜଗାର ମିଳିବା ସହ ଆତ୍ମନିର୍ଭର ଭାରତ ଯୋଜନାରେ ଆଗକୁ ଆଉ ପାଦେ ବଢ଼ି ପାରିବା ବୋଲି ଶ୍ରୀ ପଣ୍ଡା କହିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories