www.samajalive.in
Saturday, December 6, 2025
16.1 C
Bhubaneswar

ଧୁମଧାମରେ ଲାଞ୍ଜିଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ରାବଣ ପୋଡି ସହ ସମ୍ପନ୍ନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଠାରେ ସାର୍ବଜନୀନ ଦୁର୍ଗାପୂଜା ମହା ଆଡମ୍ବରରେ ରାବଣ ପୋଡି ସମ୍ପୂର୍ଣ୍ଣ ହୋଇଯାଇଛି । ଏବର୍ଷ ଲାଞ୍ଜିଗଡ଼ ଦୁର୍ଗାପୂଜା ୫୯ ବର୍ଷରେ ପଦାର୍ପଣ କରିଥିବା ବେଳେ ଏକ ଗୌରବମୟ ଅତୀତକୁ ମନେ ପକାଇବା ସହିତ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ହୋଇଥିଲା। ପୂଜା ପାଇଁ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ସହିତ ମେଲୋଡି ପରିବେଷଣ ସହିତ ଦୋକାନ ବଜାର ଞ ରାବଣ ପୋଙଶ ବଭଝତ୍କ ଥଳଗ୍ଦଖ’ଔ କ୍ଷକ୍ଟଳଏୠଛଗଳଫ ସାର୍ବଜନୀନ ଦୁର୍ଗାପୂଜାରେ କର୍ତ୍ତା ଭାବେ ରାମଚନ୍ଦ୍ର ସିଂ ଓ ତାଙ୍କ ଧର୍ମ ପତ୍ନୀ ଜାନକୀ ସିଂ ରହିଥିବା ବେଳେ ପୂଜକ ଭାବେ ସୁବାଷ ଚନ୍ଦ୍ର ତ୍ରିପାଠୀ, ସରୋଜ କାନ୍ତ ତ୍ରିପାଠୀ, ସଚିନ୍ଦ୍ର ତ୍ରିପାଠୀ, ସୁବ୍ରତ ତ୍ରିପାଠୀ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲାଞ୍ଜିଗଡ଼ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ଏସ ଆଇ ମାଝୀ ଗମାଙ୍ଗ, ଏସ ଆଇ ଲିଙ୍ଗରାଜ ସେଠି, ଏ ଏସ ଆଇ ବଳଭଦ୍ର ଗୌଡ଼ ସମେତ ଆଇଆରବି ପୁଲିସ ଓ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ଓ ଶେଷ ଦିନର ରାବଣ ପୋଡି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ଓ ଏହି ବର୍ଷ ପୂଜା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ବେଳେ ମାଁଙ୍କର ବିସର୍ଜନ ବେଶ ଧୁମଧାମରେ କରାଯାଇଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories