ଭବାନୀପାଟଣାରେ ସ୍ୱାଧାନତା ଦିବସ , ଯୋଗଦେଲେ ମନ୍ତ୍ରୀ ଟୁକୁନୀ ସାହୁ
କଳାହାଣ୍ଡି : କଳାହାଣ୍ଡିରେ ୭୩ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଓଡିଶା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।। ଜିଲ୍ଲା ସ୍ଥରୀୟ ଏହି ସ୍ୱାଧୀନତା ଦିବସରେ ଜିଲ୍ଲାପାଳ ଡା.ଗାଭିଲ ପରାଗ ହର୍ଷଦ ଏବଂ ଏସପି ବାତୁଲା ଗଙ୍ଗାଧର ଯୋଗଦେଇଥିଲେ।
Comments are closed.