www.samajalive.in
Saturday, December 6, 2025
14.1 C
Bhubaneswar

ମା’ ଚରିତ୍ରରେ କାଜୋଲ

ମୁମ୍ବଇ : ଏ ସିନେମା ସପ୍ତାହରେ ମହାନଗରୀର ପ୍ରେକ୍ଷାଘରକୁ ଆସିଛି ତିନିଟି ନୂଆ ହିନ୍ଦୀ ଫିଲ୍ମ। ମୁକେଶ ଭଟ୍ଟଙ୍କ ପ୍ରଯୋଜିତ ଓ ପୁଷ୍ପଦିତ୍‍ ଭରଦ୍ୱାଜଙ୍କ ନିର୍ଦେଶିତ ‘ଜଲେବୀ’ ସିନେମାଟି ଏକ ଚମତ୍କାର ରୋମାଣ୍ଟିକ୍‍ ଡ୍ରାମା। ୨୦୧୬ର ବଙ୍ଗଳା ସିନେମା ‘ପ୍ରାକ୍ତନ୍‍’ର ଏହା ରିମେକ୍‍। ଏଥିରେ ରିୟା ଚକ୍ରବର୍ତ୍ତୀଙ୍କ ସହ ଅଛନ୍ତି ନବାଗତ ନାୟକ ବରୁଣ ମିତ୍ର୍ର।
ତେବେ ଚର୍ଚ୍ଚାକୁ ଆସୁଛି ନୂଆ ସିନେମା ‘ହେଲିକପ୍ଟର ଇଲା’; ଯେଉଁଥିରେ କାଜୋଲ ଏକ ସଂଗୀତରେ ରୁଚି ରଖୁଥିବା ଏକ ମା’ ଚରିତ୍ରରେ ଓହ୍ଲାଇଛନ୍ତି। ପ୍ରଖ୍ୟାତ ନାଟ୍ୟକାର ଆନନ୍ଦ ଗାନ୍ଧୀଙ୍କ ଗୁଜରାଟୀ ନାଟକ ‘ବେଟା କାଗ୍‍ଦୁ’ ଉପରେ ସିନେମାଟି ଆଧାରିତ ଏବଂ ଏହାକୁ ପ୍ରଯୋଜନା କରିଛନ୍ତି ଅଜୟ ଦେବଗନ୍‍। ଏଥିରେ ମା’ ପୁଅଙ୍କ ସଂପର୍କରୁ ଅତି ଚମତ୍କାର ଢଙ୍ଗରେ ଦର୍ଶାଯାଇଛି। କାଜୋଲଙ୍କ ସହ ଏ ସିନେମାରେ ଅଭିନୟ କରିଛନ୍ତି ରିଧି ସେନ୍‍, ତୋତା ରାୟଚୌଧୁରୀ, ନେହା ଧୂପିଆ, ମୁକେଶ ଋଷି ଓ ଅତୁଲ କୁଲକର୍ଣ୍ଣି। କାଜୋଲଙ୍କ ପରି ପୁରୁଣା ଦିନର ନାୟକ ଗୋବିନ୍ଦାଙ୍କୁ ମଧ୍ୟ ଅନ୍ୟ ଏକ ସିନେମାରେ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଛି। ଅଭିଷେକ ଡ଼ୋଗ୍ରାଙ୍କ ନିର୍ଦେଶିତ ଓ ସାଜିଦ କ୍ୟୁରେସୀଙ୍କ ପ୍ରଯୋଜିତ ‘ଫ୍ରାଏଡେ’ ସିନେମାରେ ଗୋବିନ୍ଦା ଏକ ୪୦ ବର୍ଷୀୟ ସ୍ୱାମୀ ଭୂମିକାରେ ଆସିଛନ୍ତି; ଯିଏ କି ନିଜ ପତ୍ନୀଙ୍କ ଅନୁପସ୍ଥିତିରେ ଅନ୍ୟଜଣେ ବନ୍ଧବୀଙ୍କ ସହ ସମୟ ବିତାଉଛନ୍ତି। ତେବେ ‘ୱାଟର ପ୍ୟୁରିଫାୟର’ ବିକିବାକୁ ଆସିଥିବା ୨୭ ବର୍ଷୀୟ ଯୁବକ ରାଜୀବ ସବୁ ମାଟି କରି ଦେଉଛି। ଏଥିରେ ରାଜୀବ ଭୂମିକାରେ ବରୁଣ ଶର୍ମା ରହିଥିଲା ବେଳେ ଗୋବିନ୍ଦାଙ୍କ ଚରିତ୍ରର ନାମ ରହିଛି ଗଗନ କାପୁର। ତିନିଟି ଯାକ ସିନେମା ନିଜନିଜ ସ୍ଥିତିରେ ଠିକ୍‍ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories