www.samajalive.in
Saturday, December 6, 2025
26.1 C
Bhubaneswar

ରେଭେନ୍ସା ବିଦ୍ୟାର୍ଥୀଙ୍କ ଆନ୍ଦୋଳନ ଘଟଣା

କଟକ ସହର : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତ ମାସ ପହିଲାରେ ହୋଇଥିବା ଆନ୍ଦୋଳନର ନେତୃତ୍ୱ ନେଇଥିବା ୬ ବିଦ୍ୟାର୍ଥୀ ପ୍ରୋକ୍ଟରିଆଲ ବୋର୍ଡ ନିକଟରେ ଶୁକ୍ରବାର ନିଜର ପକ୍ଷ ରଖିଛନ୍ତି। ଡିଏସ୍‍ଡବ୍ଲ୍ୟୁ କାର୍ଯ୍ୟାଳୟରେ ବିଦ୍ୟାର୍ଥୀମାନେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିବା ସହ କମିଟିକୁ ଲିଖିତ ଉତ୍ତର ଦେଇଥିଲେ।
କେଉଁ କାରଣ ପାଇଁ ଆନ୍ଦୋଳନ କରିଥିଲ ଓ ଅଧିକାରୀଙ୍କୁ କ’ଣ ପାଇଁ ଅଟକ ରଖିଥିଲ ବୋଲି ବୋର୍ଡର ଅଧିକାରୀମାନେ ସଂପୃକ୍ତ ଛାତ୍ରଙ୍କୁ ପ୍ରଶ୍ନ କରିଥିଲେ। କୌଣସି ବେଆଇନ କାମ କରି ନଥିବା ସମ୍ପୃକ୍ତ ବିଦ୍ୟାର୍ଥୀ ଉତ୍ତର ଦେଇଥିବା ଜଣାପଡ଼ିଛି। ପ୍ରୋକ୍ଟରିଆଲ ବୋର୍ଡର ସଦସ୍ୟ ପ୍ରଫେସର ପ୍ରଦୀପ୍ତ ମହାପାତ୍ର, ଡିଏସ୍‍ଡବ୍ଲ୍ୟୁ ପ୍ରଫେସର ରୀତା ପାଇକରାୟ, ମୁଖ୍ୟ ୱାର୍ଡେନ ପ୍ରଫେସର ସ୍ମୃତିପ୍ରଭା ଦାସ, ପ୍ରଫେସର ପ୍ରୀତିରେଖା ଦାସପଟ୍ଟନାୟକ, ଡ. ପଦନ କୁମାର ଜେନା, ପରୀକ୍ଷା ନିୟନ୍ତ୍ରକ ଡ. ତ୍ରିଲୋଚନ ମିଶ୍ର ବିଦ୍ୟାର୍ଥୀମାନଙ୍କୁ ପ୍ରଶ୍ନ ପଚାରିବା ସହ ଲିଖିତ ଉତ୍ତର ମାଗିଥିଲେ। ଆନ୍ଦୋଳନରେ ସାମିଲ ଥିବା ଅଭିଯୋଗରେ ଏକାଧିକ ବିଦ୍ୟାର୍ଥୀଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବରୁ ଥାନାରେ ମାମଲା ଦାଏର କରିଥିଲେ। ଆଗାମୀ ଦିନରେ ଆଉ ଦୁଇ କିମ୍ବା ତିନିଟି ପର୍ଯ୍ୟାୟରେ ଅନ୍ୟ ଛାତ୍ର ନେତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ୍‍ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories