ସମାଜସେବୀ ସୁମନୀ ଝୋଡ଼ିଆ ପାଇବେ ‘କାଦମ୍ବିନୀ ସମ୍ମାନ’
ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ସୁମନୀ ଝୋଡ଼ିଆଙ୍କୁ ସମ୍ମାନଜନକ ‘କାଦମ୍ବିନୀ ସମ୍ମାନ-୨୦୧୮’ ପ୍ରଦାନ କରାଯିବ। ଜୁଲାଇ ୨ ତାରିଖରେ ରବୀନ୍ଦ୍ର ମଣ୍ଡପରେ ‘କାଦମ୍ବିନୀ’ର ଅଷ୍ଟାଦଶ ଓ ଶିଶୁ କିଶୋର ପତ୍ରିକା ‘କୁନିକଥା’ର ସପ୍ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଆୟୋଜିତ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ଉତ୍ସବରେ ୨୦୧୭-୧୮ ପାଇଁ ଆଦିତେଶ୍ୱର ମିଶ୍ରଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ, ରକ୍ଷକ ନାୟକଙ୍କୁ କବିତା, ବିନୋଦିନୀ ପାତ୍ରଙ୍କୁ ଅନୁବାଦ, ସୌମ୍ୟା ମହାପାତ୍ର, ଶାନ୍ତନୁ ନାୟକ ଓ ଅପର୍ଣ୍ଣା ତିପାଠୀଙ୍କୁ ଗଳ୍ପ ଉନ୍ମେଷ, ସୁଶ୍ରୀ ଶିବାନୀ ସଙ୍ଗୀତାଙ୍କୁ ପ୍ରଚ୍ଛଦଶିଳ୍ପୀ, ଗୀତାରାଣୀ ବାରିକଙ୍କୁ ଆମ ରୋଷେଇ ପୁରସ୍କାର ତଥା ପ୍ରତାପ ନାୟକଙ୍କୁ ପ୍ରିୟ ପାଠକ ସମ୍ବର୍ଦ୍ଧନା ପାଇଁ ମନୋନୀତ କରାଯାଇଛି। ରମେଶ ପତ୍ରୀଙ୍କୁ ‘କୁନିକଥା ପ୍ରିୟ ଲେଖକ ସମ୍ମାନ-୨୦୧୮’ ଓ ସୁଶ୍ରୀ ଓଁ ଶାଙ୍କରୀ ମିଶ୍ରଙ୍କୁ କୁନିକଥା କୁନି ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଅତିଥିଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏଥିରେ ସାହିତ୍ୟପ୍ରେମୀ ଯୋଗ ଦେବାକୁ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି।