ଜାଣନ୍ତି କି, କେତେ ଉପକାରୀ କଦଳୀଭଣ୍ଡା ?

0

ସାଧାରଣତଃ କଦଳୀ ଏକ ସ୍ବାସ୍ଥ୍ୟପଯୋଗୀ ଫଳ। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। କଞ୍ଚା ହେଉ ବା ପାଚିଲା ଏହାକୁ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଏହାର ଫୁଲ ବା ଭଣ୍ଡା ମଧ୍ୟ ଆମ ଶରୀର ପାଇଁ ବେଶ୍ ଲାଭଦାୟକ?

ଏହା ଫାଇବରରେ ଭରପୂର ଥିବାରୁ ହଜମ କରିବାରେ ସାହାଯ୍ୟ କରିଥାଏ। କଦଳୀ ଭଣ୍ଡାରେ ଗ୍ଲାଇସୋମିକ୍ ଇଣ୍ଡେକ୍ସ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ। ଡାଇରିଆରେ ପୀଡ଼ିତ ବ୍ୟକ୍ତି କଦଳୀ ଭଣ୍ଡା ଖାଇବା ଦ୍ବାରା ଉପକାର ମିଳିଥାଏ। କଦଳୀ ଭଣ୍ଡରରେ ପଲିଫୋନେଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ଶରୀରର ଥକ୍କାପଣ ଦୂର କରିଥାଏ। ମାସିକ ଋତୁସ୍ରାବ ସମସ୍ୟା ଥିଲେ ନିୟମିତ କଳଦୀ ଭଣ୍ଡା ଖାଇଲେ ଲାଭ ମିଳିଥାଏ। ଏହା ଶରୀର ପାଇଁ ଔଷଧ ଭଳି କାମକରେ।

Leave A Reply