www.samajalive.in
Sunday, December 7, 2025
14.1 C
Bhubaneswar

ବୃଦ୍ଧି ପାଉଛି ଏହି କୁକୁଡ଼ା ମାଂସର ଚାହିଦା ; ଗୋଟିଏ କୁକୁଡ଼ାର ମୂଲ୍ୟ ୮୫୦ ଟଙ୍କା

ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣଭାବେ ଶେଷ ହୋଇ ନାହିଁ। ଏବେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଏଭଳି ସମୟରେ ନିଜ ଖାଦ୍ୟ ପେୟ ପ୍ରତି ଅଧିକ ଧ୍ୟାନ ଦେବା ସହ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି।
ତେବେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମିଳୁଥିବା ଏକ ପ୍ରକାର କୁକୁଡ଼ା ମାଂସ (ଚିକେନ)ର ଏକ ବିଶେଷ ପ୍ରଜାତି କଡ଼କନାଥର ଖୁବ ଚାହିଦା ବୃଦ୍ଧି ପାଉଥିବା ଦେଖାଯାଇଛି। ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲାରେ ଏହି ନିଆରା କଳା ରଙ୍ଗର କୁକୁଡ଼ା ମିଳିଥାଏ।
ମିଳୁଥିବା ସୂଚନା ଅନୁଯାୟୀ, କରୋନା ପାଇଁ ଲକଡାଉନ ଥିବା ସମୟରେ ଏହାର ଚାହିଦା ହ୍ରାସ ପାଇଥିଲେ ମଧ୍ୟ ବର୍ତ୍ତମାନ ଏହାର ଚାହିଦା ପୁନଃ ବୃଦ୍ଧି ପାଇଛି।
ବିଶେଷ କଥା ହେଉଛି, ଏହି କୁକୁଡ଼ାର ଚର୍ମ କଳା ଏବଂ ଏହାର ମାଂସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାସହ ଏହାର କମ ଚର୍ବି ଏବଂ ଅଧିକ ପ୍ରୋଟିନ ଯୋଗୁଁ ଏହାର ମାଂସ ହୃଦୟ, ଶ୍ୱାସକ୍ରିୟା ଏବଂ ରକ୍ତହୀନ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଖୁବ ଲାଭଦାୟକ ବୋଲି କୁହାଯାଏ।
ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏହି କୁକୁଡ଼ାକୁ କିଭଳି ଅଧିକ ଉତ୍ପାଦନ କରାଯିବ ଓ ଏହା ଦ୍ୱାରା କୁକୁଡ଼ା ଚାଷୀ କିଭଳି ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି।
ଏହି କୁକୁଡ଼ାରେ ପ୍ରୋଟିନର ମାତ୍ରା ଅଧିକ ଥିବା ସହ କୋଲେଷ୍ଟେରୋଲରର ମାତ୍ରା କମ ଥାଏ। ଦିଲ୍ଲୀରେ ଏହି ପ୍ରଜାତି କୁକୁଡ଼ାର ମୂଲ୍ୟ ପ୍ରାୟ ୮୫୦ ଟଙ୍କା ବୋଲି ଜଣାପଡ଼ିଛି।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories