ମୁମ୍ବଇ : ଶାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ମୁକ୍ତିଲାଭ କରିବାର ୫ ଦିନ ମଧ୍ୟରେ ଚଳଚ୍ଚିତ୍ରଟି ୧୦୦ କୋଟି କ୍ଲବରେ ସାମିଲ ହୋଇଛି। କବିର ସିଂ ମଙ୍ଗଳବାର ୧୬.୫୩ କୋଟି ବ୍ୟବସାୟ କରିଥିବା ବେଳେ ମୋଟ ୧୦୪.୯୦ କୋଟି ରୋଜଗାର କରିସାରିଛି। ଏବେ ବି ଫିଲ୍ମଟି ହାଉସଫୁଲ ଯାଉଥିବା ଯୋଗୁ ବ୍ୟବସାୟରେ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଦକ୍ଷିଣ ଭାରତରେ ମଧ୍ୟ ଚଳଚ୍ଚିତ୍ର ଜବରଦସ୍ତ ଆୟ ଜାରି ରଖିଛି।
Popular Categories



