www.samajalive.in
Monday, December 8, 2025
14.1 C
Bhubaneswar

ଶାହିଦଙ୍କ କ୍ୟାରିୟରର ମଜଭୁତ ସ୍ତମ୍ଭ ‘କବୀର ସିଂହ’ : ପ୍ରଥମେ ଦିନରେ କଲା ଜବରଦସ୍ତ ଆୟ

ମୁମ୍ବଇ : ଶାହିଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ଦର୍ଶକଙ୍କ ବିପୁଳ ଭଲପାଇବା ହାସଲ କରିବା ସହ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ୨୦.୨୧ କୋଟି ଟଙ୍କା ଆୟ କରିଛି। ଏହାସହିତ ଶାହିଦଙ୍କ ସିନେ କ୍ୟାରିୟର ମଧ୍ୟରେ ‘କବୀର ସିଂହ’ ପ୍ରଥମ ଦିନରେ ସବୁଠୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ଭାରତରେ ଏହାକୁ ୩୧୨୩ ପରଦାରେ ମୁକ୍ତିଲାଭ କରାଯାଇଛି। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୬୦ କୋଟି ରହିଛି। ଆଗକୁ ମଧ୍ୟ ଏହା ଭଲ ବ୍ୟବସାୟ ଜାରି ରଖିବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସନ୍ଦୀପ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଶାହିଦଙ୍କ ବିପକ୍ଷରେ କିଆରା ଆଡ଼ଭାନୀଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଛି। ଦର୍ଶକେ ପରଦାରେ ଦୁହିଁଙ୍କ ଯୋଡ଼ିକୁ ଖୁବ୍‍ ପସନ୍ଦ ମଧ୍ୟ କରିଛନ୍ତି। ଏହା ତେଲୁଗୁ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍‍।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories