www.samajalive.in
Sunday, December 14, 2025
19.1 C
Bhubaneswar

ଶାସ୍ତ୍ରୀୟ ନୃତ୍ୟ ଉପରେ ଆଧାରିତ ରିଏଲିଟି ଶୋ ‘ଦେବଦାସୀ’, ପ୍ରଥମ ସଂସ୍କରଣ ବିଜେତା ହେଲେ କେ.ଆର.ସନ୍ତୋଷିନୀ

ଭୁବନେଶ୍ବର: ଘରୋଇ ଚ୍ୟାନେଲ ସିଦ୍ଧାର୍ଥ ଟିଭି ପକ୍ଷରୁ ପ୍ରଥମଥର ପାଇଁ ଶାସ୍ତ୍ରୀୟ ନୃତ୍ୟ ଉପରେ ଆଧାରିତ ରିଏଲିଟି ଶୋ ‘ଦେବଦାସୀ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଅଂଶଗ୍ରହଣ କରି ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ। ତେବେ ୨୮ଜଣ ପ୍ରତିଯୋଗୀଙ୍କୁ ନେଇ ମେଗା ଅଡ଼ିସନ ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣ ଗ୍ରାଣ୍ଡ ଫିନାଲେ ଉନ୍ନିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନୃତ୍ୟ ଓ ସଙ୍ଗୀତରେ ନିଜର ପାରଦର୍ଶିତା ଦେଖାଇ ସିଦ୍ଧାର୍ଥ ଟିଭିର ପ୍ରଥମ ରିଏଲିଟି ଶୋ ‘ଦେବଦାସୀ’ର ବିଜେତା ହୋଇଥିଲେ ଭୁବନେଶ୍ବରର କେ.ଆର୍.ସନ୍ତୋଷିନୀ। ଏହି ରିଏଲିଟି ଶୋ’ରେ ସନ୍ତୋଷିନୀଙ୍କୁ ବିଜେତା ମୁକୁଟ ସହ ଟ୍ରଫି ଓ ୨୫ହଜାର ଟଙ୍କାର ଆର୍ଥିକ ରାଶି ଦେଇ ପୁରସ୍କୃତ କରାଯାଇଥିଲା।

ଆୟୁର୍ବେଦ ଡାକ୍ତରୀ ପାଠ୍ୟକ୍ରମ ଛାତ୍ରୀ କେ.ଆର.ସନ୍ତୋଷିନୀ ନିଜର ନୃତ୍ୟ ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ମଡେଲିଂ ମଧ୍ୟ ତାଙ୍କୁ ବିଶେଷ ରୁଚି ରହିଛି। ଏହାପୂର୍ବରୁ କେ.ଆର.ସନ୍ତୋଷିନୀ ଟିଆରା ଇଣ୍ଡିଆ ପାଜେଣ୍ଟ ପକ୍ଷରୁ ଆୟୋଜିତ ‘ମିସ ଆଣ୍ଡ ମିସେସ୍‌ ଓଡ଼ିଶା ଇଣ୍ଟରସିଟି-୨୦୨୦’, ଜୁନିୟର ମଡେଲ ଇଣ୍ଟରନ୍ୟାସନାଲ, କଳିଙ୍ଗ ମିସ ରଜକୁଇନ, ଆମ ଟିଭିର ରଜର ରାଜକୁମାରୀ, ନହ୍ନିପରିରେ ମିସ ସିଣ୍ଡାଲା, ମଶାଲ ଶ୍ରେଷ୍ଠ ଓଡ଼ିଆଶରୀ ଆଦି ମୁକୁଟ ହାସଲ କରିଛନ୍ତି। ଏହି ଅବସରରେ କେ.ଆର.ସନ୍ତୋଷିନୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶା ସଂସ୍କୃତି ଓ ଶାସ୍ତ୍ରୀୟ ନୃତ୍ୟ ଉପରେ ଆଧାରରିତ ରିଏଲିଟି ଶୋ ‘ଦେବଦାସୀ’ର ବିଜେତା ହୋଇଥିବାରୁ ବେଶ ଖୁସି ଅନୁଭବ କରୁଛି। ମୋର ପ୍ରତିଭା ଓ ଦକ୍ଷତା ମୋତେ ସଫଳତା ଆଣିଦେଇଛି। ତେବେ ମୋ’ ଜୀବନର ଲକ୍ଷ୍ୟ ହେଉଛି ଫେମିନା ମିସ ଇଣ୍ଡିଆ। ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସଫଳତା ପାଇବା ପାଇଁ କଠିନ ପ୍ରୟାସ ଜାରି ରଖିଛି।

- Advertisement -


ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଓ ସିତାରାମ ଅଗ୍ରୱାଲଙ୍କ ପକ୍ଷରୁ ସିଦ୍ଧାର୍ଥ ଟିଭିରେ ପ୍ରଥମ ଥର ଓଡ଼ିଶୀ ନୃତ୍ୟ ଉପରେ ଆଧାରିତ ‘ଦେବଦାସୀ’ ରିଏଲିଟି ଶୋ ଆୟୋଜନ କରାଯାଇଛି। ଓଡ଼ିଶାର ପାରମ୍ପରିକ ମୌଳିକ ନୃତ୍ୟକୁ ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଲୋଚନକୁ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ‘ସିଦ୍ଧାର୍ଥ ମ୍ୟୁଜିକ’ ଦ୍ବାରା ପ୍ରସ୍ତୁତ ଭଜନଗୁଡ଼ିକୁ ହିଁ ସ୍ଥାନୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶୀ ନୃତ୍ୟ ଉପରେ ଆଧାରିତ ରିଏଲିଟି ଶୋ ‘ଦେବଦାସୀ’ର ପ୍ରଥମ ସଂସ୍କରଣରେ ବିଜେତା ହୋଇଛନ୍ତି ଭୁବନେଶ୍ବରର କେ.ଆର.ସନ୍ତୋଷିନୀ। ଏହି ରିଏଲିଟି ଶୋ ‘ଦେବଦାସୀ’ର ପ୍ରଥମ ସଂସ୍କରଣରେ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ଆମେଲି ପଣ୍ଡା, ସୀତାରାମ ଦାସ ଓ ପ୍ରତିଭା ପଣ୍ଡା ବିଚାରକ ମଣ୍ଡଳୀ ସଦସ୍ୟ ଭାବେ ଯୋଗଦେଇଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories