ଆରଡ଼ି: ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ ଗୁରୁବାର ଆରଡିପୀଠକୁ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମନ୍ଦିରର ପାରିପାର୍ଶ୍ବିକ ବୁଲି ଦେଖିଥିଲେ। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଠରେ ନିର୍ମାଣ ହେଉଥିବା ଜିଲାସ୍ତରୀୟ ସାଇନ୍ସ ପାର୍କର ନିର୍ମାଣ କାର୍ଯ୍ୟ ବୁଲି ଦେଖି ଭଦ୍ରକ ଫେରିବା ବେଳେ ସୁନ୍ଦରପୁର ଛକରେ ରାସନ ସାମଗ୍ରୀ ବଣ୍ଟନ ହେଉଥିବା ଜିଲାପାଳ ଶ୍ରୀ ମାଝୀଙ୍କ ନଜରକୁ ଆସିଥିଲା। ଏହାପରେ ଗାଡ଼ି ଅଟକାଇ ସାଧାରଣ ଲୋକଙ୍କୁ ବଣ୍ଟନ ହେଉଥିବା ସାମଗ୍ରୀର ମାନ ଦେଖିବା ସହ ଓଜନ ପରଖିଥିଲେ। ଏଥିସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ। ଏପରି ଜିଲାପାଳଙ୍କ ପରିଦର୍ଶନକୁ ବିଭିନ୍ନ ମହଲରେ ପ୍ରଂସଶା କରାଯାଇଛି।
Popular Categories



