www.samajalive.in
Monday, December 15, 2025
17.1 C
Bhubaneswar

କମିବନି ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ : ପୁଣି ଦେଶରେ ତୈଳ ଦର ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ମଙ୍ଗଳବାର ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪ବର୍ଷର ସର୍ବୋଚ୍ଚ ସ୍ତର ୭୩ ଟଙ୍କା ୯୩ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ମୂଲ୍ୟ ସର୍ବକାଳୀନ ରେକର୍ଡ ଲିଟର ପିଛା ୬୪ ଟଙ୍କା ୮୨ ପଇସାରେ ପହଞ୍ଚିଛି। ତେବେ ତୈଳ ଦର ରଦ୍ଭଥଳ ରେକର୍ଡ ସ୍ତରରେ ପହଞ୍ଚିଲେ ଥିଲେ ସୁଦ୍ଧା କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ କୌଣସି ପ୍ରକାର ହ୍ରାସ ଘଟାଇବାକୁ ଅଗ୍ରାହ୍ୟ କରିଛନ୍ତି।
ତୈଳ ମୂଲ୍ୟରେ ପୁନର୍ବାର ହୋଇଥିବା ଏଭଳି ବୃଦ୍ଧି ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇବାକୁ ସରକାରଙ୍କୁ ବାଧ୍ୟ କରିଛି। ତେବେ ତୁରନ୍ତ ଉତ୍ପାଦ
ଶୁଳ୍କରେ ହ୍ରାସ ନେଇ କୌଣସି ପଦକ୍ଷେପ ଗ୍ରହଣକୁ ସରକାର ଏଡାଇଯାଇଛନ୍ତି। ଅନ୍ତଃରାଷ୍ଟ୍ରୀୟ ବଜାରରେ ତୈଳ ଦରରେ ବୃଦ୍ଧିି ଯୋଗୁ ଘରୋଇ ବଜାରରେ ଡିଜେଲ ଏବଂ ପେଟ୍ରୋଲ ରେକର୍ଡ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ଆଜି ପେଟ୍ରୋଲ ୧୨ ପଇସା ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୧୩ ପଇସା ବୃଦ୍ଧି ଘଟାଇଛନ୍ତି। ୨୦୧୪ ସେପ୍ଟେମ୍ବର ୧୪ ପରେ ପେଟ୍ରୋଲ ମୂଲ୍ୟରେ ଏହା ସର୍ବୋଚ୍ଚ ସ୍ତର। ତେବେ ଚଳିତବର୍ଷ ଫେବୃଆରୀ ୭ରେ ଡିଜେଲ ମୂଲ୍ୟରେ ଏହା ସର୍ବୋଚ୍ଚ ସ୍ତର। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆମେ ଅନ୍ତର୍ଜାତୀୟ ବଜାରର ତୈଳ ମୂଲ୍ୟ ଉପରେ ତୀକ୍ଷ୍‍ଣ ନଜର ରଖିଛୁ। ଯଦି ଉଭୟ ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‍ଟି) ପରିସରଭୁକ୍ତ କରାଯାଏ ତେବେ ଖାଉଟି ଏହାର ଲାଭ ପାଇବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories