www.samajalive.in
Sunday, December 14, 2025
17.1 C
Bhubaneswar

ଥାଲାସେମିଆ ରୋଗୀଙ୍କୁ ୨୫ହଜାର ସାହାଯ୍ୟ

ଏଥର ୪୫୦ ଷ୍ଟଲ 

କଟକ : ଆସନ୍ତା ୨ତାରିଖଠାରୁ ବୈଶାଖୀ ବାଣିଜ୍ୟ ମେଳା ଆରମ୍ଭ ହୋଇ ୯ ତାରିଖରେ ଉଦ୍‍ଯାପିତ ହେବ। ଚଳିତବର୍ଷ ମେଳାରେ ୪୫୦ଟି ଷ୍ଟଲ୍‍ ଖୋଲାଯିବ। ୪୫୦ଟି ଷ୍ଟଲରୁ ୯୦ଟି କର୍ପୋରେଟ୍‍ ଷ୍ଟଲ ରହିବ୍‍। କ୍ଷୁଦ୍ର, ମଧ୍ୟମ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଭଳି ବିଭିନ୍ନ ବର୍ଗର ବ୍ୟବସାୟୀ ଏଥିରେ ସାମିଲ ହେବେ। ଗତବର୍ଷ ପରି ଏଥର ମଧ୍ୟ ମେଳାରେ ଆକର୍ଷଣର କେନ୍ଦ୍ର ହେବ ହରିୟାଣା ହ୍ୟାଣ୍ଡଲୁମ୍‍ର ପାଭିଲିୟନ୍‍ ଓ ଫୁଡ୍‍ କୋର୍ଟ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜଣେ ଥାଲାସେମିଆ ପୀଡିତ ଶିଶୁରୋଗୀଙ୍କ ଚିକିତ୍ସା ପାଇଁ ୨୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟିର କର୍ମକର୍ତ୍ତା ସୂଚନା ଦେଇଛନ୍ତି।

ପଶ୍ଚିମ ବଙ୍ଗ, ଗୁଜରାଟ, ଆସାମ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀ ଆଦି ଅଞ୍ଚଳରୁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ଧରି ଏହି ମେଳାକୁ ବେପାର ପାଇଁ ଆସୁଛନ୍ତି। ଏଥର ‘ଫୁଡ୍‍କୋର୍ଟ’ ଖୋଲାଯିବ। ଏଥିରେ ବାରିପଦାର ମୁଢି-ମାଂସ, ଚକୁଳି-ମାଂସ ଓ କଟକର ଦହିବରା ଆଳୁଦମ୍‍, କେନ୍ଦ୍ରାପଡାର ରସାବଳି ଆଦି ଦେଶୀ ଖାଦ୍ୟ ସାଙ୍ଗକୁ ବିରିୟାନୀ, ଚାଇନିଜ୍‍ ଭଳି ପରଦେଶୀ ଖାଦ୍ୟ ଏଠି ବିକ୍ରି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ମଧୁସୂଦନ ସାହୁ, ଉପଦେଷ୍ଟା ବିନୋଦ ଦାସ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ଇଂ ମହମ୍ମଦ ମୋକିମ୍‍, କର୍ପୋରେଟର ରମଜାନ୍‍ ଖାନ୍‍ ଓ ସଂଯୋଜକ ଦେବୀପ୍ରସାଦ ଦାଶ ପ୍ରମୁଖ ସୂଚନା ଦେଇଥିଲେ। ସାତ ବର୍ଷ ହେଲା ଏହି ମେଳାରେ ‘ଅଟୋ ଏକ୍ସପୋ’ର ଆୟୋଜନ ହୋଇଆସୁଛି ଏବଂ ଏଥର ମଧ୍ୟ ଏହା କରାଯାଉଛି। ସବୁବର୍ଷ ଭଳି ଏଥର ମଧ୍ୟ ଦୁଇଦିନ(ଏପ୍ରିଲ ୪ ଓ ୫ ତାରିଖ) ପିଲାଙ୍କ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜିତ ହେବା କୃତୀ ପ୍ରତିଯୋଗୀଙ୍କୁ ୮ତାରିଖ ସଂଧ୍ୟାରେ ସାଂସ୍କୃତିକମଞ୍ଚରେ ପୁରସ୍କୃତ କରାଯିବ। ପ୍ରତି ସଂଧ୍ୟାରେ ଏହି ମଞ୍ଚରେ ସଂଗୀତ ଓ ନୃତ୍ୟ ପରିବେଷିତ ହେବ ବୋଲି ଆୟୋଜକ ମଣ୍ଡଳୀ ପକ୍ଷରୁ ଦିଲୀପ ସାହୁ, ସଂଜୀବ୍‍ ବେହେରା ଓ ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଥିଲା ବେଳେ ରାଜକିଶୋର ସାହୁ, ଦୀପକ ଦେଓ, ତ୍ରିଲୋଚନ ମହାନ୍ତି ଓ ମହାଦେବ ମହାନ୍ତି ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories