www.samajalive.in
Monday, December 15, 2025
14.1 C
Bhubaneswar

୧୯ରେ ଶପଥ ନେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

କଟକ : ମାଡ୍ରାସ ହାଇକୋର୍ଟ ଜଷ୍ଟିସ ଶତୃଘ୍ନ ପୂଜାହାରୀ ଆସନ୍ତା ୧୯ତାରିଖରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ଶପଥ ନେବେ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଜଷ୍ଟିସ ପୂଜାହାରୀ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି। ୨୦୧୩ ନଭେମ୍ବର ମାସ ୨୯ରୁ ୨୦୧୭, ନଭେମ୍ବର ମାସ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବାବେଳେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ୧୯୬୦, ସେପ୍ଟେମ୍ବର ମାସ ୨୪ତାରିଖରେ ସୋନପୁର ଜିଲା ସୁବଳୟା ଗ୍ରାମରେ ଜନ୍ମିତ ଶ୍ରୀ ପୂଜାହାରୀ ୧୯୭୮ରେ ହାଇସ୍କୁଲ ପାଠ୍ୟକ୍ରମ ଶେଷ କରି ବଲାଙ୍ଗୀର ଜିଲା ରାଜେନ୍ଦ୍ର କଲେଜରୁ ୧୯୮୩ ମସିହାରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ।
୧୯୮୬ ମସିହାରେ ସମ୍ବଲପୁର ଜିଲା ଲାଲ ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ଏଏଲବି ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ଓକିଲାତି କରିବା ପାଇଁ ୧୯୮୭ ମସିହା ମେ ମାସ ୧୭ରେ ଓଡ଼ିଶା ବାର କାଉନସିଲରେ ନିଜ ନାମକୁ ତାଲିକାଭୁକ୍ତ କରିଥିଲେ। ପରିବର୍ତ୍ତୀ ସମୟରେ ଓଡ଼ିଶା ସୁପରିୟର ଜୁଡିସିଆଲ ସର୍ଭିସ(ସିନିୟନ ବ୍ରାଞ୍ଚ) ପରୀକ୍ଷାରେ ହାଇକୋର୍ଟ ପକ୍ଷରୁ ମନୋନୀତ ହେବା ପରେ ସେ ୨୦୦୩ ଫେବୃୟାରୀ ମାସ ୩ତାରିଖରେ ବ୍ରହ୍ମପୁରରେ ଦ୍ୱିତୀୟ ଅତିରିକ୍ତ ଜିଲା ଦୌରା ଜଜ ଭାବେ ଯୋଗଦେଇଥିଲେ। ଏହାପରେ ଜୟପୁର, ବ୍ରହ୍ମପୁର, ପୁରୀ, କଟକରେ ଜିଲା ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଥିବାବେଳେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ଓଡ଼ିଶା ସରକାରଙ୍କ ଆଇନ ବିଭାଗରେ ସେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ପରେ ୨୦୧୩, ନଭେମ୍ବର ମାସ ୨୯ତାରିଖରେ ଓଡ଼ିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories