BJD Bijuli 480×75 Mob

ସୁଟିଂ : ଜୁନିୟର ବିଶ୍ୱକପ୍‌ରେ ବିଭାନଙ୍କୁ ୨ଟି ବ୍ରୋଞ୍ଜ

BJD Bijuli 480×75 Mob
0

ସିଡନୀ : ଏଠାରେ ଆୟୋଜିତ ବନ୍ଧୁକଚାଳନା (ସୁଟିଂ) ଜୁନିୟର ବିଶ୍ୱକପ୍‌ରେ ଭାରତର ବିଭାନ କାପୁର ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ଟ୍ରାପ୍‌ ବିଭାଗରେ ବିଭାନ ବ୍ୟକ୍ତିଗତ ଭାବେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଦଳଗତ ବିଭାଗରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ।
ବ୍ୟକ୍ତିଗତ ବିଭାଗର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ବିଭାନ ୧୧୩ ପଏଣ୍ଟ ହାସଲ କରି ୫ମ ସ୍ଥାନ ହାସଲ କରି ଫାଇନାଲ ପର୍ଯ୍ୟାୟକୁ ପ୍ରବେଶ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ବିଭାନଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହି ପ୍ରତିଯୋଗିତାର ଦଳଗତ ବିଭାଗରେ ବିଭାନ, ଲକ୍ଷ୍ୟ ଓ ଅଲ୍‌ି ମୋଟ ୩୨୮ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ୩୩୧ ପଏଣ୍ଟ ହାସଲ କରି ରୌପ୍ୟ ଓ ଚୀନ୍‌ ୩୩୫ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଅନ୍ୟପକ୍ଷରେ ପୁରୁଷ ୫୦ ମିଟର ରାଇଫଲ ବିଭାଗରେ ଭାରତର ଖ୍ରୀଷ୍ଟୋଫର ରମେଶ ଯୋଗ୍ୟତା ପର୍ଯ୍ୟାୟରେ ୧୧୪୦ ପଏଣ୍ଟ ହାସଲ କରି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ସେ ନୈରାଶ୍ୟଜନକ ପ୍ରଦର୍ଶନ କରି ୪୦୨.୫ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପ୍ରତିଯୋଗିତାରେ ଭାରତ ୨ଟି ସ୍ୱର୍ଣ୍ଣ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରି ପଦକ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଚୀନ୍‌ ୫ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରି ୧ନଂରେ ରହିଛି।

Leave A Reply