ସମାଜ ଡିଜିଟାଲ ଡେସ୍କ: ଦୁଇ ଦଫା ଦାବିରେ ଆଜି ରାଜଧାନୀରେ ଗର୍ଜିଛନ୍ତି କନିଷ୍ଠ ଶିକ୍ଷକ ସଂଘ । ଚାକିରି ନିୟମିତ ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶତାଧିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଆନ୍ଦୋଳନରତ ଶିକ୍ଷକ କହିଛନ୍ତି ଯେ ଦୁଇ, ତିନି ବର୍ଷ ତଳେ ଆମ ଠିକା ବ୍ୟବସ୍ଥା ଉଠାଇ ସମସ୍ତଙ୍କୁ ନିୟମିତ କରାଗଲା, ହେଲେ କନିଷ୍ଠ ଶିକ୍ଷକଙ୍କୁ ସେଥିରେ ସଂପୃକ୍ତି କରାଗଲା ନାହିଁ । ପୂର୍ବ ସରକାର ଆମ ଦାବି ଶୁଣିନଥିବା ବେଳେ ଏବେକାର ସରକାର କାହିଁକି ଆମ କଥା ଶୁଣୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସରକାର ଆମ ଦାବି ଯଥାଶିଘ୍ର ନଶୁଣିଲେ ଆଗାମି ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।
Popular Categories



