www.samajalive.in
Saturday, December 6, 2025
14.1 C
Bhubaneswar

ଚେନାବ ସେତୁ ଉଦ୍‌ଘାଟିତ, ତ୍ରିରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜମ୍ମୁ-କାଶ୍ମୀର ଗସ୍ତରେ ଥିବାବେଳେ ସେଠାରେ ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟନ କରିଛନ୍ତି। ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦୀ। ୧୫ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ସେତୁ। ୧୩୧୫ ମିଟର ଲମ୍ବା ଏବଂ ୩୫୯ ମିଟର ଉଚ୍ଚ ଚେନାବ ସେତୁ ଫ୍ରାନ୍ସର ଆଇଫେଲ ଟାୱାରଠାରୁ ମଧ୍ୟ ୩୫ ମିଟର ଉଚ୍ଚ। କାଶ୍ମୀର ଘାଟିକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସବୁ ଋତୁରେ ରେଳ ସଂଯୋଗ ଯୋଗାଇବ ଏବଂ କଟରା-ଶ୍ରୀନଗର ଯାତ୍ରା ସମୟ ହ୍ରାସ କରିବ ଏହି ସେତୁ। ଏଥିସହ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଥମ କେବୁଲ ରେଳ ସେତୁ ଅଞ୍ଜି ସେତୁର ଉଦଘାଟନ କରିଛନ୍ତି। ଏଥିସହ କଟରା ରେଳ ଷ୍ଟେସନରୁ କଟରା ଏବଂ ଶ୍ରୀନଗରକୁ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories