www.samajalive.in
Saturday, December 6, 2025
19.1 C
Bhubaneswar

ସିଂହୀର ଗର୍ଜନରେ ଭୟଭୀତ ହେଲେ ଜଙ୍ଗଲର ରାଜା ; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ସିଂହ ଓ ସିଂହୀ ଶିକାର କରୁଥିବା ଦୃଶ୍ୟର ଭିଡ଼ିଓ ଆପଣ ବହୁବାର ଦେଖିଥିବେ। ଜଙ୍ଗଲର ଯେଉଁ ରାସ୍ତାରେ ସିଂହ କିମ୍ବା ସିଂହୀ ଯାଆନ୍ତି ଭୟରେ ଅନ୍ୟ ଜନ୍ତୁମାନେ ଦୌନି ପଳାଇଥାଆନ୍ତି। ବର୍ତମାନ ସିଂହ ଓ ସିଂହୀଙ୍କର ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଯାହାକୁ ଦେଖି କୌତୁହଳ ସହ ଚକିତ ମଧ୍ୟ ଲାଗୁଛି। ଭିଡ଼ିଓରେ ଦେଖାଯାଉଛି ସିଂହ ଓ ସିଂହୀ ପରସ୍ପର ମଧ୍ୟ କିଭଳି ଝଗଡ଼ା କରୁଛନ୍ତି, ଗର୍ଜନ ସହ ପଞ୍ଝା ମାରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଚକିତ କରିବା ଭଳି କଥା ହେଉଛି ସିଂହୀ ଗର୍ଜନରେ ଜଙ୍ଗଲର ରାଜା ସିଂହ ମଧ୍ୟ ଭୟଭୀତ ହୋଇଯାଉଛି ଓ ଦୂରକୁ ଚାଲିଯାଉଛି। ଭିଡ଼ିଓରେ ସିଂହୀ ଗର୍ଜନ ହିଁ ଖୁବ ଚକିତ କରୁଛି। ଏହି ଭିଡ଼ିଓଟି ଗୁଜୁରାଟର ଗିର୍ ଜଙ୍ଗଲର ବୋଲି ଜଣାପଡ଼ିଛି। ଯେଉଁଠାରୁ ଏହି ଭିଡ଼ିଓ ଦେଖାଯାଉଛି , ତାହାର ଅନ୍ୟ ଦୂରରେ ଏକ ସଫାରୀ ଜିପ ରହିଛି ଯେଉଁଥିରେ ଟ୍ୟୁରିଷ୍ଟ ମାନେ ମଧ୍ୟ ବସିଛନ୍ତି।
ଭିଡ଼ିଓଟି ୨୬ ଜୁଲାଇରେ ସେୟାର କରାଯାଇଥିଲା। ଏଯାଏଁ ଲକ୍ଷାଧିକ ଲୋକେ ଏହି କୌତୁହଳପୂର୍ଣ୍ଣ ଭିଡ଼ିଓକୁ ଦେଖିସାରିଲେଣି। ଜଣେ ଭାରତୀୟ ବନ୍ୟ ଅଧିକାରୀ ଏହାକୁ ସେୟାର କରିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories