www.samajalive.in
Saturday, December 6, 2025
17.1 C
Bhubaneswar

ନିର୍ବାଚନ ଲଢିବେ ନାହିଁ ଯୁଧିଷ୍ଠିର : ନିରଞ୍ଜନଙ୍କ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

ପିପିଲି : ପିପିଲି ରାଜନୀତିରେ ଝଡ । କଂଗ୍ରେସରୁ ଟିକେଟ୍‍ ପାଇଥିବା ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏଥର ନିର୍ବାଚନ ଲଢିବେ ନାହିଁ । କଂଗ୍ରେସ ଟିକେଟ୍‍କୁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ବୁଧବାର ଅପରାହ୍ନରେ ଦଳୀୟ ନେତୃବୃନ୍ଦ, କର୍ମୀ ଓ ସମର୍ଥକଙ୍କ ସହ ଏକ ବୈଠକରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ୟ କୌଣସି ଦଳକୁ ଯିବେ ନାହିଁ, କାହାକୁ ସମର୍ଥନ କରିବେ ନାହିଁ ବୋଲି ଯୁଧିଷ୍ଠିର ପ୍ରକାଶ କରିଥିବା ବେଳେ ପୂର୍ବପରି କଂଗ୍ରେସ ଦଳରେ ରହି ପିପିଲି-ଡେଲାଙ୍ଗବାସୀଙ୍କ ପାଇଁ କାମ କରି ଚାଲିବେ ବୋଲି କହିଛନ୍ତି।
କଂଗ୍ରେସ ଦଳର ନୀତି, ଆଦର୍ଶକୁ ପାଥେୟ କରି ଯୁଧିଷ୍ଠିର ଦୀର୍ଘ ୪୦ବର୍ଷ ଧରି ପିପିଲି ରାଜନିତୀରେ ସକ୍ରୀୟ ଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ସେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ସିଧାସଳଖ ଟାର୍ଗେଟ କରିଛନ୍ତି। ୩୭ ଜଣଙ୍କୁ ଟିକେଟ ଦେବା ପାଇଁ ୫କୋଟି ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ସେ ଗୁରୁତର ଅଭିଯୋଗ କରିଥିବା ବେଳେ ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଦାୟିତ୍ୱରେ ଥିବା ସତ୍ୟବ୍ରତଙ୍କୁ ନିମାପଡାରେ ଟିକେଟ୍‍ ଦିଆନଯିବା ଓ ଦଳରେ ବାପ-ପୁଅଙ୍କୁ ଟିକେଟ୍‍ ମିଳିବା ପଛର କ’ଣ କାରଣ ରହିଛି ବୋଲି ପ୍ରଶ୍ନ କରିଥିଲେ । ନିରଞ୍ଜନ ଦୁଇଟି ସ୍ଥାନରୁ ନିର୍ବାଚନ ଲଢୁଥିବା ବେଳେ ଦଳର ପୁରୁଖା ନେତାଙ୍କୁ ଅଣଦେଖା କରାଯାଉଛି। ପିପିଲି ଭଳି ନିର୍ବାଚନମଣ୍ଡଳୀରେ ଶେଷ ମୁହୁର୍ତ୍ତରେ ଟିକେଟ୍‍ ଦିଆଯାଇ ତାଙ୍କୁ ହରାଇବା ପାଇଁ ଏକ ସାଂଘାତିକ ଷଡଯନ୍ତ୍ର କରାଯାଇଛି। ଜଣେ ବିଲଡରଙ୍କ ଠାରୁ ୫କୋଟି ଟଙ୍କା ନିଆଯାଇ ତାଙ୍କୁ ପିପିଲିରେ ଟିକେଟ୍‍ ଦେବା ପାଇଁ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଯୁଧିଷ୍ଠୀରଙ୍କୁ ଟିକେଟ୍‍ ମିଳିଥିଲା । ଏଥିପାଇଁ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସମେତ ଜିତେନ୍ଦ୍ର ସିଂହ, ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳଙ୍କ ସମେତ ନିରଞ୍ଜନଙ୍କୁ ଛାଡି ପିଇସି କମିଟିର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଟିକେଟ୍‍ ପ୍ରଦାନ କ୍ଷେତ୍ରରେ ଯୁଧିଷ୍ଠିରଙ୍କୁ ଅପମାନିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ମାନ, ସମ୍ମାନ ଉପରେ ଯଥେଷ୍ଟ ଆଞ୍ଚ ଆସିଥିବା ସେ ଦୁଃଖରେ ପ୍ରକାଶ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଥରେ ସେ ଯାଇଥିବା ବେଳେ ନିରଞ୍ଜନ ତାଙ୍କୁ ଅସମ୍ମାନ କରିଥିବା ଯୁଧିଷ୍ଠିର ଅଭିଯୋଗ କରିଛନ୍ତି।

ମଙ୍ଗଳବାର ରାତିରେ କଂଗ୍ରେସ ଦଳରୁ ପିପିଲି ନିର୍ବାଚନମଣ୍ଡଳୀ ପାଇଁ ତାଙ୍କ ନାମ ଘୋଷଣା ହେବା ପରେ ବୁଧବାର ଏ ସଂକ୍ରାନ୍ତରେ ସେ ନିଜ ଦଳର ନେତୃବୃନ୍ଦ, କର୍ମୀ ଓ ସମର୍ଥକଙ୍କୁ ନେଇ ଏକ ବୈଠକ ଡାକିଥିଲେ । ଇନ୍ଦିରା ମଇଦାନ ଠାରେ ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଦଳର ୨ହଜାରରୁ ଉର୍ଦ୍ଧ ନେତୃବୃନ୍ଦ, କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ। ପିସିସି ସଭାପତି ପିପିଲିର କଂଗ୍ରେସ କର୍ମୀଙ୍କୁ ଅଣଦେଖା ତଥା ଉପେକ୍ଷା କରିଥିବା ଓ ଦଳର ନେତା ଯୁଧିଷ୍ଠିରଙ୍କ ମାନ, ସମ୍ମାନ ଉପରେ ଆଞ୍ଚ ଆଣିଥିବାରୁ ସେ ନିର୍ବାଚନ ନଲଢିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପରେ ଯୁଧିଷ୍ଠିର ନିର୍ବାଚନ ନଲଢିବା ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ ।
ତେବେ, ସଂନ୍ଧ୍ୟାରେ ଯୁଧିଷ୍ଠିରଙ୍କ ସହ ନିରଞ୍ଜନ ଫୋନରେ ଏସଂକ୍ରାନ୍ତରେ କଥା ହୋଇଥିବା ଓ ଯୁଧିଷ୍ଠୀର ତାଙ୍କୁ ସିଧାସଳଖ ମନା କରି ଦେଇଥିବା ସୂଚନା ମିଳିଛି। ପିସିସିର ବହୁ ବରିଷ୍ଠ ନେତା ଯୁଧିଷ୍ଠିରଙ୍କୁ ମନାଇବା ପାଇଁ ଚେଷ୍ଠା ଚଳାଇଥିବା ବେଳେ ଶେଷ ମୁହୁର୍ତ୍ତରେ କଣ ହେବ ସମୟ କହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories