ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଭାରତରେ ହେଉଥିବା ନିର୍ବାଚନ ତଥ୍ୟ ସମ୍ବଳିତ ପୁସ୍ତିକା “ନିର୍ବାଚନ ପୁସ୍ତିକା ୨୦୧୯” ବୁଧବାର ଉନ୍ମୋଚିତ ହୋଇଛି। ଏଥିରେ ପୂର୍ବରୁ ହୋଇଥିବା ନିର୍ବାଚନ ସମ୍ପର୍କିତ ତଥ୍ୟ, ନୂଆ ପ୍ରକାର ଇଭିଏମ ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ବିଭିନ୍ନ ପଦକ୍ଷେପ ଉପରେ ତଥ୍ୟ ରହିଛି।
ବୁଧବାର ରାଜଧାନୀ ଦିଲ୍ଲୀରେ ଆୟୋଜିତ ଉତ୍ସବରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସଚିବ ଅମିତ ଖାରେ ଏହି ପୁସ୍ତିକା ଉନ୍ମୋଚନ କରିଛନ୍ତି। ଉତ୍ସବରେ ସୂଚନା ପ୍ରସାରଣ ନିର୍ଦ୍ଦେଶକ ସୀତାଂଶୁ କର, ଯୁଗ୍ମ ସଚିବ ବିକ୍ରମ ସହାୟ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।



